For Quick Alerts
Turn On Notification  
For Daily Alerts
Oneindia App Download

ନେପାଳ ଓ ଉତ୍ତର ଭାରତରେ ଭୂ-କମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା 6.3 ରେକର୍ଡ

ଜାତୀୟ ରାଜଧାନୀର ଦିଲ୍ଲୀ ସମେତେ ଉତ୍ତର ପ୍ରଦେଶ, ବିହାର, ଉତ୍ତରାଖଣ୍ଡ ରେ ଏହି ଭୂ କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ କମ୍ପର ତୀବ୍ରତା 6.3 ଥିବା ରେକର୍ଡ କରାଯାଇଛି ।

|

ନୂଆଦିଲ୍ଲୀ : ଉତ୍ତର ଭାରତରେ ଭୂ-କମ୍ପ ଅନୁଭୂତ ହୋଇଛି । ଜାତୀୟ ରାଜଧାନୀର ଦିଲ୍ଲୀ ସମେତେ ଉତ୍ତର ପ୍ରଦେଶ, ବିହାର, ଉତ୍ତରାଖଣ୍ଡ ରେ ଏହି ଭୂ କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ କମ୍ପର ତୀବ୍ରତା 6.3 ଥିବା ରେକର୍ଡ କରାଯାଇଛି ।

earthquake

ଭୂକମ୍ପ ସମ୍ପର୍କରେ ''ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି' ଟ୍ୱିଟ୍ କରିଛି ଯେ, ଆଜି ସକାଳ 6 ଟା 27 ମିନିଟ୍‌ 13 ସେକେଣ୍ଡରେ ଭୂ କମ୍ପ ଅନୁଭୂତ ହୋଇଛି । ଉତ୍ତରାଖଣ୍ଡର ପିଥୌରାଗଢ଼ରେ ଭୂଗର୍ଭର 5 କିଲୋମିଟର୍‌ ଅଭ୍ୟନ୍ତରରେ ଭୂମିକମ୍ପ ସଂଘଠିତ ହୋଇଛି । ଏଥିରେ କେହି ମୃତାହତ ହୋଇ ନାହାନ୍ତି କିମ୍ବା କୌଣସି ଘରଦ୍ୱାର ଭାଙ୍ଗି ନାହିଁ ବୋଲି ସୂଚନା ମିଳିଛି ।

ଏହା ପୂର୍ବରୁ ଗତକାଲି ରାତିରେ ନେପାଳର ଦୋତି ଜିଲ୍ଲାରେ ଭୁକମ୍ପ ଝଟକା ଅନୁଭୁତ ହୋଇଥିଲା । ରାତି ପ୍ରାୟ 2ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଫଳରେ ଏକ ଘର ଭୁଶୁଡିବାରୁ 6 ଜଣଙ୍କ ମୃତ୍ୟୁ ହୋଇଛି । ନେପାଳ ସେନା ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Earthquake In Delhi and Nepal
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X