ନେପାଳ ଓ ଉତ୍ତର ଭାରତରେ ଭୂ-କମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା 6.3 ରେକର୍ଡ

ଜାତୀୟ ରାଜଧାନୀର ଦିଲ୍ଲୀ ସମେତେ ଉତ୍ତର ପ୍ରଦେଶ, ବିହାର, ଉତ୍ତରାଖଣ୍ଡ ରେ ଏହି ଭୂ କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ କମ୍ପର ତୀବ୍ରତା 6.3 ଥିବା ରେକର୍ଡ କରାଯାଇଛି ।

ନୂଆଦିଲ୍ଲୀ : ଉତ୍ତର ଭାରତରେ ଭୂ-କମ୍ପ ଅନୁଭୂତ ହୋଇଛି । ଜାତୀୟ ରାଜଧାନୀର ଦିଲ୍ଲୀ ସମେତେ ଉତ୍ତର ପ୍ରଦେଶ, ବିହାର, ଉତ୍ତରାଖଣ୍ଡ ରେ ଏହି ଭୂ କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ କମ୍ପର ତୀବ୍ରତା 6.3 ଥିବା ରେକର୍ଡ କରାଯାଇଛି ।

earthquake

ଭୂକମ୍ପ ସମ୍ପର୍କରେ ''ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି' ଟ୍ୱିଟ୍ କରିଛି ଯେ, ଆଜି ସକାଳ 6 ଟା 27 ମିନିଟ୍‌ 13 ସେକେଣ୍ଡରେ ଭୂ କମ୍ପ ଅନୁଭୂତ ହୋଇଛି । ଉତ୍ତରାଖଣ୍ଡର ପିଥୌରାଗଢ଼ରେ ଭୂଗର୍ଭର 5 କିଲୋମିଟର୍‌ ଅଭ୍ୟନ୍ତରରେ ଭୂମିକମ୍ପ ସଂଘଠିତ ହୋଇଛି । ଏଥିରେ କେହି ମୃତାହତ ହୋଇ ନାହାନ୍ତି କିମ୍ବା କୌଣସି ଘରଦ୍ୱାର ଭାଙ୍ଗି ନାହିଁ ବୋଲି ସୂଚନା ମିଳିଛି ।

ଏହା ପୂର୍ବରୁ ଗତକାଲି ରାତିରେ ନେପାଳର ଦୋତି ଜିଲ୍ଲାରେ ଭୁକମ୍ପ ଝଟକା ଅନୁଭୁତ ହୋଇଥିଲା । ରାତି ପ୍ରାୟ 2ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଫଳରେ ଏକ ଘର ଭୁଶୁଡିବାରୁ 6 ଜଣଙ୍କ ମୃତ୍ୟୁ ହୋଇଛି । ନେପାଳ ସେନା ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+