For Quick Alerts
Turn On Notification  
For Daily Alerts
Oneindia App Download

ଜାମ୍ମୁ କାଶ୍ମୀରରେ ଭୂକମ୍ପ ଅନୁଭୂତ, ରିକ୍ଚର ସ୍କେଲରେ ତୀବ୍ରତା 5.1 ମ୍ୟାଗ୍ନିଚ୍ୟୁଡ

ଜାମ୍ମୁ କାଶ୍ମୀରରେ ମଙ୍ଗଳବାର ଦିନ ଭୂ କମ୍ପ ଅନୁଭୂତ ହୋଇଛି । ଅପରାହ୍ନ 1:05 ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା 5.1 ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ ହୋଇଛି ।

|

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ମଙ୍ଗଳବାର ଦିନ ଭୂ କମ୍ପ ଅନୁଭୂତ ହୋଇଛି । ଅପରାହ୍ନ 1:05 ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା 5.1 ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ ହୋଇଛି । ସୂଚନାନୁସାରେ, ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନ-ତାଜିକିସ୍ତାନରେ ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ଭୂକମ୍ପ ଫଳରେ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ ।

earth quake

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଟ୍ୱିଟ୍ କରି ସୂଚନା ଦେଇଛି ଯେ ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନ-ତାଜିକିସ୍ତାନରେ ରହିଛି । ତେବେ ଜାମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିବା ଜଣାପଡିଛି । ଜାମ୍ମୁ କାଶ୍ମୀରରେ ମଧ୍ୟ ଜୁନ୍ 11 ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ 3.7 ମ୍ୟାଗ୍ନିଚୁଡ୍ ଥିଲା ।

ଆପଣଙ୍କୁ କହି ରଖୁଛୁ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ଦିନ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା 4.0 ରେ ମାପ କରାଯାଇଥିଲା । ସୋମବାର ସକାଳ 6:32 ରେ ହଠାତ୍ ଭୂ କମ୍ପ ଅମୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଜ୍ୟର ପୂର୍ବ-ଉତ୍ତର ପୂର୍ବରେ 43 କିଲୋମିଟର ଦୂରରେ ଥିବା ତୁରା ଠାରେ ଥିଲା । ତେବେ ସୌଭାଗ୍ୟବଶତଃ ଭୂକମ୍ପ ହେତୁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
earthquake hits Jammu and Kashmir
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X