Get Updates
Get notified of breaking news, exclusive insights, and must-see stories!

ଜାମ୍ମୁ କାଶ୍ମୀରରେ ଭୂକମ୍ପ ଅନୁଭୂତ, ରିକ୍ଚର ସ୍କେଲରେ ତୀବ୍ରତା 5.1 ମ୍ୟାଗ୍ନିଚ୍ୟୁଡ

ଜାମ୍ମୁ କାଶ୍ମୀରରେ ମଙ୍ଗଳବାର ଦିନ ଭୂ କମ୍ପ ଅନୁଭୂତ ହୋଇଛି । ଅପରାହ୍ନ 1:05 ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା 5.1 ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ ହୋଇଛି ।

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ମଙ୍ଗଳବାର ଦିନ ଭୂ କମ୍ପ ଅନୁଭୂତ ହୋଇଛି । ଅପରାହ୍ନ 1:05 ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା 5.1 ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ ହୋଇଛି । ସୂଚନାନୁସାରେ, ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନ-ତାଜିକିସ୍ତାନରେ ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ଭୂକମ୍ପ ଫଳରେ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ ।

earth quake

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଟ୍ୱିଟ୍ କରି ସୂଚନା ଦେଇଛି ଯେ ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନ-ତାଜିକିସ୍ତାନରେ ରହିଛି । ତେବେ ଜାମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିବା ଜଣାପଡିଛି । ଜାମ୍ମୁ କାଶ୍ମୀରରେ ମଧ୍ୟ ଜୁନ୍ 11 ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ 3.7 ମ୍ୟାଗ୍ନିଚୁଡ୍ ଥିଲା ।

ଆପଣଙ୍କୁ କହି ରଖୁଛୁ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ଦିନ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା 4.0 ରେ ମାପ କରାଯାଇଥିଲା । ସୋମବାର ସକାଳ 6:32 ରେ ହଠାତ୍ ଭୂ କମ୍ପ ଅମୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଜ୍ୟର ପୂର୍ବ-ଉତ୍ତର ପୂର୍ବରେ 43 କିଲୋମିଟର ଦୂରରେ ଥିବା ତୁରା ଠାରେ ଥିଲା । ତେବେ ସୌଭାଗ୍ୟବଶତଃ ଭୂକମ୍ପ ହେତୁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+