ରାଜସ୍ଥାନର ଜୟପୁରରେ 3.8 ତୀବ୍ରତା ଭୂକମ୍ପ ଅନୁଭୂତ
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଜି ସକାଳ ପ୍ରାୟ 8.01 ସମୟରେ ରାଜସ୍ଥାନର 92 କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ 3.8 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା ।
ଜୟପୁର : ରାଜସ୍ଥାନ ଜୟପୁରରେ ଶୁକ୍ରବାର (ଫେବୃଆରୀ 18) ରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଜି ସକାଳ ପ୍ରାୟ 8.01 ସମୟରେ ରାଜସ୍ଥାନର 92 କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ 3.8 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା ।

ଭୂକମ୍ପ ନିରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି କହିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜୟପୁରର 92 କିଲୋମିଟର ଉତ୍ତର-ପଶ୍ଚିମ ଏବଂ 5 କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା । ସକାଳ 8.01 ରେ ଏହି ଭୂକମ୍ପ ଅନୁଭୁତ ହୋଇଥିଲା । ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।












Click it and Unblock the Notifications