ଅରୁଣାଚଳ ପ୍ରଦେଶ ଏବଂ ମହାରାଷ୍ଟ୍ରର ନାସିକରେ ଭୂକମ୍ପ ଅନୁଭୂତ
ବୁଧବାର ସକାଳେ ମହାରାଷ୍ଟ୍ରର ନାସିକରେ ଭୂକମ୍ପ ଅନୁଭୂତ ହୋଇଥିଲା । ସକାଳ 4.4 ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା, ଭୂକମ୍ପର ତୀବ୍ରତା 3.6 ଥିଲା ।
ସିମଲା/ଇଟାନଗର : ଦେଶରେ ଗତ କିଛି ଦିନ ହେବ ଲଗାତାର ଭୂ କମ୍ପ ଅନୁଭୂତ ହେଉଛି । ବୁଧବାର ସକାଳେ ଅରୁଣାଚଳ ପ୍ରଦେଶର ବସର ଏବଂ ମହାରାଷ୍ଟ୍ରର ନାସିକରେ ଭୂକମ୍ପ ଅନୁଭୂତ ହୋଇଛି । ବୁଧବାର ସକାଳେ ମହାରାଷ୍ଟ୍ରର ନାସିକରେ ଭୂକମ୍ପ ଅନୁଭୂତ ହୋଇଥିଲା । ସକାଳ 4.4 ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା, ଭୂକମ୍ପର ତୀବ୍ରତା 3.6 ଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ 5 କିମି ଦୂରରେ ଥିଲା ।

ଏଥିସହିତ ଅରୁଣାଚଳ ପ୍ରଦେଶର ବସର ଠାରୁ 58 କିଲୋମିଟର ଉତ୍ତର-ପଶ୍ଚିମ-ଉତ୍ତରରେ ପ୍ରାୟ ସକାଳ 07:01 ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା 3.8 ଏବଂ ଭୂକମ୍ପର ଗଭୀରତା ଭୂମିଠାରୁ 10 କିଲୋମିଟର ତଳେ ଥିଲା ।
ତେବେ ଅରୁଣାଚଳ ପ୍ରଦେଶ ଏବଂ ନାସିକରୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହାପୂର୍ବରୁ ବୁଧବାର ଦିନ ହିମାଚଳ ପ୍ରଦେଶରେ ରାତି ପ୍ରାୟ 9.30 ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଭୂକମ୍ପର ଗଭୀରତା ଭୂମିଠାରୁ 5 କିଲୋମିଟର ତଳେ ଥିଲା ଏବଂ ଏହାର ତୀବ୍ରତା 4.1 ରେକର୍ଡ କରାଯାଇଥିଲା ।
ମଙ୍ଗଳବାର ଲଦାଖର ଲେହ ଏବଂ କାର୍ଗିଲରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.3 ଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ 191 କିଲୋମିଟର ଉତ୍ତରରେ ଥିଲା ।
ନିକଟରେ ଦିଲ୍ଲୀ-ଏନସିଆରରେ 5.4 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଏନସିଏସ୍ କହିଛି ଯେ ଭୂକମ୍ପର ଗଭୀରତା 10 କିଲୋମିଟର ତଳେ ଥିଲା । ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରେ ଏହା ଦ୍ୱିତୀୟ ଭୂକମ୍ପ ଥିଲା ।












Click it and Unblock the Notifications