ନିକୋବର ଦ୍ୱୀପପୁଞ୍ଜରେ ଅଢେଇ ଘଣ୍ଟା ରେ 3 ଟି ଭୂକମ୍ପ, ରିଚ୍ଟର ସ୍କେଲରେ ତୀବ୍ରତା 5.3
ନିକୋବର ଦ୍ୱୀପପୁଞ୍ଜରେ ଅନୁଭୂତ ହୋଇଛି ଭୂକମ୍ପ । ଅଢେଇ ଘଣ୍ଟା ମଧ୍ୟରେ ତିନି ଥର ଭୂ କମ୍ପ ଅନୁଭୂତ ହୋଇଛି । ରବିବାର ଅପରାହ୍ନ ପ୍ରାୟ 01.16 ରେ ପ୍ରଥମ ଭୁ କମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିଚ୍ଟର ସ୍କେଲରେ 4.9 ରେ ରେକର୍ଡ କରାଯାଇଥିଲା ।

ଦ୍ୱିତୀୟ କମ୍ପନ 4.1 ମ୍ୟାଗ୍ନିଚ୍ୟୁଡର ହୋଇଥିଲା । ଏଥିରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ରହୁଥିବା ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ ଦ୍ୱିତୀୟ ଭୂ କମ୍ପ ଅପରାହ୍ନ ପ୍ରାୟ 3 ଟା ସମୟରେ ଅନୁଭୂତ ହୋଇଛି ।
ଭୂକମ୍ପ ଯୋଗୁଁ ଦ୍ୱୀପପୁଞ୍ଜରେ କୌଣସି ଧନଜୀବନ ନଷ୍ଟ ହେବାର ଖବର ନାହିଁ । ରବିବାର ଦିନ 2.30 ରୁ 3 ଟା ମଧ୍ୟରେ ନିକୋବରରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ର ପ୍ରାୟ 10 କିଲୋମିଟର ଗଭୀରତାରେ ମାପ କରାଯାଇଥିଲା ।
5.3 ମ୍ୟାଗ୍ନିଚ୍ୟୁଡର ତୃତୀୟ ଭୁ କମ୍ପ ଅପରାହ୍ନ ପ୍ରାୟ 4.01 ସମୟରେ ଅନୁଭୂତ ହୋଇଥିଲା ।












Click it and Unblock the Notifications