ମିଆଁମାର ଓ ଭାରତ ସୀମାରେ ଭୂକମ୍ପ ଝଟକା : ରିକ୍ଟର ସ୍କେଲରେ ତୀବ୍ରତା ୬.୧
ସକାଳୁ ସକାଳୁ ଆଜି ଭାରତର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତି ହୋଇଛି । ଭାରତ-ମିଆଁମାର ସୀମାନ୍ତ ନିକଟରେ 6.1 ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି' କହିଛି।
ନୂଆଦିଲ୍ଲୀ : ସକାଳୁ ସକାଳୁ ଆଜି ଭାରତର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତି ହୋଇଛି । ଭାରତ-ମିଆଁମାର ସୀମାନ୍ତ ନିକଟରେ 6.1 ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା 'ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି' କହିଛି।

ଏହି ଭୂକମ୍ପ ଝଟକା ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଓ ମିଜୋରାମର ଥେନଜୋଲରେ ଅନୁଭୂତ କରାଯାଇଛି । ତେବେ ଏହି ଭୂକମ୍ପ ଫଳରେ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇନାହିଁ ।
ବାଂଲାଦେଶ ଅନ୍ତର୍ଗତ ଚିଟ୍ଟାଗଙ୍ଗର 183 କିଲୋମିଟର୍ ପୂର୍ବାଞ୍ଚଳ ହେଉଛି ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ । 'ସିସ୍ମୋଲୋଜି ସେଣ୍ଟର୍' କହିବା ଅନୁସାରେ, ଭୋର୍ 5.14 ରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଥିଲା । ପୁନଶ୍ଚ ସକାଳ 5.53 ରେ ଆଉ ଥରେ ସେଠାରେ ଭୂମିକମ୍ପ ସଂଘଠିତ ହୋଇଥିବା ରିପୋର୍ଟ ମିଳିଛି ।












Click it and Unblock the Notifications