ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ 5.8 ତୀବ୍ରତା ରେକର୍ଡ
ମଙ୍ଗଳବାର ଅପରାହ୍ନ ପ୍ରାୟ 2.30 ସମୟରେ ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ଏହି ଭୂ କମ୍ପ ଅନୁଭୂତ ହୋଇଛି ।

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ଅପରାହ୍ନ ପ୍ରାୟ 2.30 ସମୟରେ ରାଜଧାନୀ ଦିଲ୍ଲୀରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ଏହି ଭୂ କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 5.8 ରେକର୍ଡ ହୋଇଛି । କମ୍ପନ ଅନୁଭୂତ ହେବା ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ ।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ନେପାଳରେ ଅପରାହ୍ନ 2.28 ରେ ଏହି ଭୂକମ୍ପ ହୋଇଥିଲା । ଏହାର ତୀବ୍ରତା 5.8 ଥିଲା । ଉତ୍ତରାଖଣ୍ଡର ରାଜଧାନୀ ଦେହରାଡୁନ୍, ପିଥୋରାଗଡ ଏବଂ ଆଲମୋରା ଠାରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି । ଏହା ବ୍ୟତୀତ ନେପାଳ ନିକଟସ୍ଥ ୟୁପିର ଅନେକ ଜିଲ୍ଲାରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା ।
ଉତ୍ତରପ୍ରଦେଶର ଲକ୍ଷ୍ନୌରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଏପର୍ଯ୍ୟନ୍ତ କୌଣସି ସ୍ଥାନରୁ କୌଣସି ଧନଜୀବନ ହାନି ହୋଇଥିବା ନେଇ ଖବର ଆସିନାହିଁ । ନୂଆ ବର୍ଷ ପରେ ଏପର୍ଯ୍ୟନ୍ତ ଦିଲ୍ଲୀରେ ତିନି ଥର ଭୂକମ୍ପ ଅନୁଭୂତ ହୋଇଛି । ଏହା ପୂର୍ବରୁ 5 ଜାନୁଆରୀ ରେ ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ସେହି ସମୟରେ ଭୂକମ୍ପର ତୀବ୍ରତା 5.9 ରେକର୍ଡ ହୋଇଥିଲା ।












Click it and Unblock the Notifications