ମଣିପୁରରେ ଭୂ-କମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା 4.4 ରେକର୍ଡ
ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଶୁକ୍ରବାର ରାତିରେ ଭୂକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ 9.30 ସମୟରେ 4.4 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି ।
ଇମ୍ଫାଲ୍ : ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଶୁକ୍ରବାର ରାତିରେ ଭୂକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ 9.30 ସମୟରେ 4.4 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ରିପୋର୍ଟ କରିଛି ଯେ ଭୂକମ୍ପର ଗଭୀରତା ଭୂମିଠାରୁ 10 କିଲୋମିଟର ତଳେ ରହିଛି । ରିକ୍ଟର ସ୍କେଲରେ ତୀବ୍ରତା 4.4 ରେକର୍ଡ କରାଯାଇଛି ।

ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଟ୍ୱିଟ୍ କରି କହିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମଣିପୁରର ମୋଇରଙ୍ଗର 75 କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ରେକର୍ଡ କରାଯାଇଛି ।
ଉଲ୍ଲେଖନୀୟ ବିଷୟ ହେଉଛି, ଭାରତର ଭୂକମ୍ପ ଜୋନ୍ ମାନଚିତ୍ର ଅନୁଯାୟୀ ମଣିପୁର "ଅତ୍ୟଧିକ ବିପଦ" ଜୋନ୍ ଯଥା ଜୋନ୍ 'V' ରେ ରହିଛି । ଏହା ସୂଚିତ କରେ ଯେ ଏହି ଅଞ୍ଚଳକୁ ଭୂକମ୍ପର ବିପଦ ରହିଛି ।












Click it and Unblock the Notifications