ଜାମ୍ମୁ କାଶ୍ମୀରର ଲେହରେ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା 4.3 ମ୍ୟାଗ୍ନିଚ୍ୟୁଡ୍
ମଙ୍ଗଳବାର ସକାଳେ ଜାମ୍ମୁ କାଶ୍ମୀରର ଲେହ ଠାରେ ଭୂମି କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲେ ଏହାର ତୀବ୍ରତା 4.3 ମ୍ୟାଗ୍ନିଚ୍ୟୁଡ ରହିଛି ।
ଶ୍ରୀନଗର : ମଙ୍ଗଳବାର ସକାଳେ ଜାମ୍ମୁ କାଶ୍ମୀରର ଲେହ ଠାରେ ଭୂମି କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲେ ଏହାର ତୀବ୍ରତା 4.3 ମ୍ୟାଗ୍ନିଚ୍ୟୁଡ ରହିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଜି ସକାଳ 7: 29 ରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଆହୁରି ମଧ୍ୟ କହିଛି ଯେ ଲେହର ଅଲଚିଠାରୁ 186 କିଲୋମିଟର ଉତ୍ତରରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ ।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଟ୍ୱିଟ୍ କରି ଜାମ୍ମୁ କାଶ୍ମୀରର ଅଲଚି (ଲେହ) ଠାରୁ 186 କିଲୋମିଟର ଉତ୍ତରରେ ଆଜି ସକାଳ ପ୍ରାୟ 7:29 ସମୟରେ 4.3 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭାତ ହୋଇଥିବା ସୂଚନା ଦେଇଛି ।
ଏହାପୂର୍ବରୁ ସୋମବାର ରାତି ପ୍ରାୟ 02:52 ସମୟରେ ଆଣ୍ଡାମାନ ଏବଂ ନିକୋବରର ଦିଗଲୀପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର 4.4 ତୀବ୍ରତା ଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦିଗ୍ଲୀପୁର ଠାରୁ 147 କିଲୋମିଟର ଉତ୍ତରରେ ଥିବା ଜଣାପଡ଼ିଥିଲା ।












Click it and Unblock the Notifications