ଅଲଓ୍ୱାର୍ ରେ ଭୂ-କମ୍ପ ; ଦିଲ୍ଲୀ ଏନସିଆର୍ ଅଞ୍ଚଳରେ କମ୍ପନ ଅନୁଭୂତ

ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ରାଜସ୍ଥାନର ଅଲ୍‌ଓ୍ଵାର୍‌ | ଏଥି ସହିତ ଏହି ଭୂ-କମ୍ପର ପ୍ରଭାବରେ ଦିଲ୍ଲୀ, ନୋଏଡ଼ା, ଗୁରୁଗ୍ରାମ ଓ ଗାଜିଆବାଦର କେତେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିବା ନେଇ ଜଣାପଡ଼ିଛି |

ନୂଆଦିଲ୍ଲୀ: ଗୁରୁବାର ରାତି ପ୍ରାୟ 11.45ମିନିଟରେ ରାଜସ୍ଥାନର ଅଲଓ୍ୱାରରେ ଭୂ-କମ୍ପ ଅନୁଭୂତ ହୋଇଛି | ରିକ୍ଟରସ୍କେଲରେ ଏହାର ତୀବ୍ରତା 4.2 ଥିବା ଜଣାପଡ଼ିଛି | ଏହାର ପ୍ରଭାବରେ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି |

ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ରାଜସ୍ଥାନର ଅଲ୍‌ଓ୍ଵାର୍‌ | ଏଥି ସହିତ ଏହି ଭୂ-କମ୍ପର ପ୍ରଭାବରେ ଦିଲ୍ଲୀ, ନୋଏଡ଼ା, ଗୁରୁଗ୍ରାମ ଓ ଗାଜିଆବାଦର କେତେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିବା ନେଇ ଜଣାପଡ଼ିଛି | ହରିୟାଣାର ଗୁରୁଗ୍ରାମ ଠାରୁ 48କିଲୋମିଟର ଦୂରରେ ସୃଷ୍ଟି ହୋଇଥିବା ଏହି ଭୂ-କମ୍ପ କେନ୍ଦ୍ରସ୍ଥଳର ଗଭୀରତାର ଥିଲା 7.5 କିଲୋମିଟର |

earth-quake

ଭୂକମ୍ପନ ଯୋଗୁଁ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଏହି ଭୂମିକମ୍ପ ଯୋଗୁଁ କିଛି କ୍ଷୟକ୍ଷତି କିଂବା କେହି ମୃତାହତ ହୋଇଥିବା ଖବର ଏ ପର୍ଯ୍ୟନ୍ତ ମିଳିନାହିଁ |

ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଯେକୌଣସି ସମୟରେ ଏକ ବଡ଼ ଭୂକମ୍ପ ହୋଇପାରେ ବୋଲି ଦେଶର ବରିଷ୍ଠ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି | ନ୍ୟାସନାଲ ସେଣ୍ଟର ଅଫ୍ ସେସମୋଲୋଜି ସୂଚନା ଅନୁସାରେ ଗତ କିଛି ମାସ ମଧ୍ୟରେ ଦିଲ୍ଲୀରେ ଅନେକ ଥର କମ୍ପନ ଅନୁଭୂତ ହୋଇସାରିଛି |

ଚଳିତ ବର୍ଷ ଦିଲ୍ଲୀ-ଏନସିଆରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି । ଏପ୍ରିଲ୍ ପରେ ଦିଲ୍ଲୀ-ଏନସିଆରରେ ୧୫ ଥରରୁ ଅଧିକ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ସମୟ ମଧ୍ୟରେ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ଉତ୍ପତିସ୍ଥଳ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+