ଆସାମର ଗୋଲପାରା ଠାରେ ଭୂକମ୍ପ କମ୍ପନ, ରିକ୍ଟର ସ୍କେଲରେ ତୀବ୍ରତା 5.2 ମ୍ୟାଗ୍ନିଚ୍ୟୁଡ୍
ଆଜି ସକାଳେ ଆସାମର ଗୋଲପାରା ଠାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା 5.2 ରେକର୍ଡ କରାଯାଇଛି ।
ନୂଆଦିଲ୍ଲୀ : ଆଜି ସକାଳେ ଆସାମର ଗୋଲପାରା ଠାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା 5.2 ରେକର୍ଡ କରାଯାଇଛି । ଏହି ଭୂ କମ୍ପର ଝଟକା ଉତ୍ତର ବଙ୍ଗାଳା, ଦାର୍ଜିଲିଂ, କୋଚ ବିହାରାରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମେଘାଳୟର ତୁରାଠାରେ ଥିଲା । ଏହା ଭୂପୃଷ୍ଠରୁ 14୪ କିମି ଗଭୀରତାରେ ସକାଳ ପ୍ରାୟ 8.45 ରେ ସୃଷ୍ଟି ହୋଇଥିଲା । ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।
An earthquake of magnitude 5.2 on the Richter scale hit Goalpara, Assam at 8.45 am today: National Centre for Seismology
— ANI (@ANI) July 7, 2021
ଏହା ପୂର୍ବରୁ ଜୁଲାଇ 5 ତାରିଖ ରାତିରେ ଦିଲ୍ଲୀ ଏବଂ ହରିୟାଣାରେ ଭୂକମ୍ପ ଅନୁଭୂତ ହୋଇଥିଲା । ହରିୟାଣାର ଝଜ୍ଜରରେ ଏହି କମ୍ପନ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂମିକମ୍ପର ତୀବ୍ରତା 3.7 ରେକର୍ଡ କରାଯାଇଥିଲା । ଏହାର ଗଭୀରତା ପ୍ରାୟ 5 କିଲୋମିଟର ଥିଲା । ଟ୍ୱିଟରରେ ଅନେକ ଲୋକ ଭୂକମ୍ପ ଅନୁଭବ କରିଥିବା କମ୍ପନ ବିଷୟରେ ଟ୍ୱିଟ୍ କରିଥିଲେ ।












Click it and Unblock the Notifications