For Quick Alerts
Turn On Notification  
For Daily Alerts
Oneindia App Download

ଆସାମରେ ଭୂ-କମ୍ପ ଝଟକା ; ରିକ୍ଟର ସ୍କେଲରେ ତୀବ୍ରତା 6.4

ଆସାମରେ ଆଜି ସକାଳେ ବଡ଼ ଧରଣର ଭୂ-କମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ସକାଳ 7.55ମିନିଟରେ ଏହି ଏହି ଭୂ-କମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ 6.4 ରହିଥିବା ଜଣାପଡ଼ିଛି ।

|

ଗୌହାଟି : ଆସାମରେ ଆଜି ସକାଳେ ବଡ଼ ଧରଣର ଭୂ-କମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ସକାଳ 7.55ମିନିଟରେ ଏହି ଏହି ଭୂ-କମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ 6.4 ରହିଥିବା ଜଣାପଡ଼ିଛି । ଆସାମର ସୋନିତପୁର ଅନ୍ତର୍ଗତ ଢେକିଆଜୁଲି ନିକଟରେ ଭୂଗର୍ଭର ୧୦ କିଲୋମିଟର ନିମ୍ନରେ ଏହି ଭୂକମ୍ପର ଉତ୍ପତ୍ତି ସ୍ଥଳ ବୋଲି ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସସ (ଜିଏଫଜେଡ) ପକ୍ଷରୁ କୁହାଯାଇଛି ।

earth-quake

ଏହାର ପ୍ରଭାବରେ ଆସାମର ଅଧିକାଂଶ ଅଞ୍ଚଳ ଥରି ଉଠିଥିଲା । ଏପରିକି ପଡୋଶୀ ରାଷ୍ଟ୍ର ନେପାଳ, ଭୁଟାନ, ବାଂଲାଦେଶରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ଭୂକମ୍ପ ଅନୁଭୂତ ହେବା ସମୟରେ କୋଠାବାଡି ଥରି ଉଠିଥିଲା । ଜନସାଧାରଣ ଜୀବନ ବିକଳରେ ଘରୁ ବାହାରୁ ଦୌଡିବାରେ ଲାଗିଥିଲେ । କେତେକ ସ୍ଥାନରେ କୋଠାଗୁଡିକରେ ପାଠ ସୃଷ୍ଟି ହୋଇଥିବା, ସିଲିଂରୁ ସିମେଣ୍ଟ ପଲସ୍ତରା ଖସିଥିବା ପ୍ରାଥମିକ ସୂଚନା ମିଳିଛି । ଏଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ଏଯାଏ ହସ୍ତଗତ ହୋଇନାହିଁ ।

ଭୂମିକମ୍ପର ପ୍ରଭାବ ଆସାମ ସମେତ ଉତ୍ତର ପଶ୍ଚିମବଙ୍ଗରେ ମଧ୍ୟ ଅନୁଭୂତ ହୋଇଛି । ଗୁଆହାଟିର କେତେକ ସ୍ଥାନରେ ଭୂମିକମ୍ପ ପରେ ବିଦ୍ୟୁତ୍ କଟି ଯାଇଛି । ସୂଚନା ଅନୁସାରେ ଭୂମିକମ୍ପ ଝଟକା ଦୁଇଥର ଅନୁଭୂତ ହୋଇଛି । ପ୍ରଥମ ଝଟକା 7 ଟା 55 ରେ ହୋଇଥିବା ବେଳେ ଏହାର କିଛି ସମୟ ପରେ ଦ୍ୱିତୟ ଥର ଭୂମିକମ୍ପ ହୋଇଥିଲା ।

ଭୂମିକମ୍ପ ଝଟକାରେ ଆସାମରେ କ୍ଷୟକ୍ଷତି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା 2ଟି ଫଟୋ ସେୟାର୍ କରିଛନ୍ତି । ପଶ୍ଚିମବଙ୍ଗରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦାର୍ଜିଲିଂରେ ଭୂମିକମ୍ପ ପରେ ଲୋକ ଘର ବାହାରକୁ ଚାଲି ଆସିଛନ୍ତି ।

ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ୍‌ ଟ୍ୱିଟ୍ କରିଛନ୍ତି, 'ଆସମରେ ବଡ଼ଧରଣର ଭୂମିକମ୍ପ ସଂଘଠିତ ହୋଇଛି । ସମସ୍ତଙ୍କ ମଙ୍ଗଳକାମନା କରି ପ୍ରାର୍ଥନା କରୁଛି ଏବଂ ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି । ସବୁ ଜିଲ୍ଲାରୁ ସଦ୍ୟତମ ସୂଚନା ସଂଗ୍ରହ କରୁଛି ।'

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Earth Quake Hits Assam, 6.4 in Richter scale
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X