ଆସନ୍ତାକାଲି ଦାୟିତ୍ୱ ନେବେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼
ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଆସନ୍ତାକାଲି ଦାୟିତ୍ୱ ନେବେ ଡି.ୱାଇ ଚନ୍ଦ୍ରଚୁଡ଼ । ସେ ଦେଶର 50 ତମ ପ୍ରଧାନ ବିଚାରପତି ହେବେ ।
ନୂଆଦିଲ୍ଲୀ : ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଆସନ୍ତାକାଲି ଦାୟିତ୍ୱ ନେବେ ଡି.ୱାଇ ଚନ୍ଦ୍ରଚୁଡ଼ । ସେ ଦେଶର 50 ତମ ପ୍ରଧାନ ବିଚାରପତି ହେବେ । 2024 ନଭେମ୍ବର 10 ଯାଏଁ ଚନ୍ଦ୍ରଚୁଡ଼ ଏହି ଦାୟିତ୍ୱରେ ରହିବେ ।

ସୂଚନାଯୋଗ୍ୟ, ଗତକାଲି ଜଷ୍ଟିସ ୟୁୟୁ ଲଳିତଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ ପାଇଁ ଆଇନ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଧନଞ୍ଜୟ ୟଶୋବନ୍ତ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିସ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ।












Click it and Unblock the Notifications