Get Updates
Get notified of breaking news, exclusive insights, and must-see stories!

ଦେଶର 50 ତମ ପ୍ରଧାନ ବିଚାରପତି ହେବେ ଚନ୍ଦ୍ରଚୁଡ଼

ଦେଶରେ ସୁପ୍ରିମ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଡି ୱାଇ ଚନ୍ଦ୍ରଚୁଡ଼ । ସେ ଦେଶରେ 50 ତମ ପ୍ରଧାନ ବିଚାରପତି ହେବେ ।

ନୂଆଦିଲ୍ଲୀ : ଦେଶରେ ସୁପ୍ରିମ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଡି ୱାଇ ଚନ୍ଦ୍ରଚୁଡ଼ । ସେ ଦେଶରେ 50 ତମ ପ୍ରଧାନ ବିଚାରପତି ହେବେ ।
ବର୍ତ୍ତମାନର ପ୍ରଧାନ ବିଚାରପତି (ସିଜେଆଇ) ଉଦୟ ଉମେଶ ଲଲିତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସେ ନଭେମ୍ବର 8 ରେ ଅବସର ନେବେ । ଅବସର ପୂର୍ବରୁ ସେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି । ଉତ୍ତରାଧିକାରୀଙ୍କ ନାମରେ ଏହି ପତ୍ର ହସ୍ତାନ୍ତର କରିବାକୁ ସମସ୍ତ ବିଚାରପତିଙ୍କୁ ଜଜ୍ ଲାଉଞ୍ଜରେ ଏକତ୍ରିତ ହେବାକୁ ପ୍ରଧାନ ବିଚାରପତି ଅନୁରୋଧ କରିଥିଲେ ।

DY Chandrachud

ଏହି ସମୟରେ, ପ୍ରଧାନ ବିଚାରପତି ୟୁୟୁ ଲଳିତ ତାଙ୍କ ଉତ୍ତରାଧିକାରୀଙ୍କ ନାମରେ ଏକ ଚିଠି ହସ୍ତାନ୍ତର କରିଥିଲେ । ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ଼ଙ୍କୁ ଭାରତର 50 ତମ ପ୍ରଧାନ ବିଚାରପତି ଭାବରେ ନାମିତ କରାଯାଇଛି ।

ଅଗଷ୍ଟରେ ଜଷ୍ଟିସ୍ ଏନ.ଭି ରାମଣାଙ୍କ ଉତ୍ତରାଧିକାରୀ ହେବାପରେ ୟୁୟୁ ଲଳିତ CJI ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଜଷ୍ଟିସ ୟୁୟୁ ଲଲିତଙ୍କ ଅବସର ପରେ ଡି ୱାଇ ଚନ୍ଦ୍ରଚୁଡ଼ ସୁପ୍ରିମକୋର୍ଟର 50 ତମ ବିଚାରପତି ହେବେ । ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ କାର୍ଯ୍ୟକାଳ 74 ଦିନ ଥିଲା । ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ଼ ଙ୍କ କାର୍ଯ୍ୟକାଳ ନଭେମ୍ବର 10, 2024 ପର୍ଯ୍ୟନ୍ତ ଜାରି ରହିବ ।

ଜଷ୍ଟିସ୍ ଚନ୍ଦ୍ରଚୁଡ଼ ପୂର୍ବରୁ 1998 ରେ ଭାରତର ଅତିରିକ୍ତ ସଲିସିଟର ଜେନେରାଲ୍ ଭାବରେ କାର୍ଯ୍ୟ କରିଥିଲେ । ସେ 2013 ରେ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ । ସେ ବମ୍ବେ ହାଇକୋର୍ଟ ସହିତ ମଧ୍ୟ ଜଡିତ ଅଛନ୍ତି । ସେ 2016 ରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+