ଏୟାର ଇଣ୍ଡିଆ ପରେ ଇଣ୍ଡିଗୋ ବିମାନରେ ମଦ୍ୟପଙ୍କ ହଙ୍ଗାମା
ଏୟାର ଇଣ୍ଡିଆ ପରେ ବର୍ତ୍ତମାନ ଇଣ୍ଡିଗୋ ବିମାନରେ ଅସନ୍ତୋଷ ସୃଷ୍ଟି କରିଛନ୍ତି ମଦ୍ୟପ । ଇଣ୍ଡିଗୋ ଏୟାରଲାଇନ୍ସରେ ମଦ୍ୟପ ବ୍ୟକ୍ତି ଏୟାର ହୋଷ୍ଟେସଙ୍କ ସହ ଦୁର୍ବବ୍ୟବହାର କରିଛନ୍ତି ।
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିମାନରେ ମଦ୍ୟପଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏୟାର ଇଣ୍ଡିଆ ପରେ ବର୍ତ୍ତମାନ ଇଣ୍ଡିଗୋ ବିମାନରେ ଅସନ୍ତୋଷ ସୃଷ୍ଟି କରିଛନ୍ତି ମଦ୍ୟପ । ଇଣ୍ଡିଗୋ ଏୟାରଲାଇନ୍ସରେ ମଦ୍ୟପ ବ୍ୟକ୍ତି ଏୟାର ହୋଷ୍ଟେସଙ୍କ ସହ ଦୁର୍ବବ୍ୟବହାର କରିଛନ୍ତି ।
ମିଳିଥିବା ଖବର ଅନୁଯାୟୀ, ନିଶାସକ୍ତ ଅବସ୍ଥାରେ ତିନି ଜଣ ଯାତ୍ରୀ ବିମାନ କର୍ମଚାରୀଙ୍କ ସହ ଦୁର୍ବବ୍ୟବହାର କରିବା ସହ ବିମାନ ଭିତରେ ଆକ୍ରମଣ କରିଥିଲେ । ଦୁଇ ଅଭିଯୁକ୍ତ ଯାତ୍ରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଦିଲ୍ଲୀରୁ ପାଟନା ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସରେ ଏହି ଘଟଣା ଘଟିଛି ।

ପାଟନା ବିମାନବନ୍ଦରର SHO କହିଛନ୍ତି ଯେ ଇଣ୍ଡିଗୋ ମ୍ୟାନେଜରଙ୍କ ଅଭିଯୋଗ ଅନୁଯାୟୀ ପାଟନା ବିମାନବନ୍ଦର ପୋଲିସ ଦ୍ୱାରା CISF ସହାୟତାରେ ଦୁଇଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଏହି ଲୋକମାନେ ବିମାନ ଭିତରେ ମଦ୍ୟପାନ କରି ହଙ୍ଗାମା କରିଛନ୍ତି । ଅବତରଣ କରିବା ପୂର୍ବରୁ ମଧ୍ୟ ଇଣ୍ଡିଗୋ ଏଟିସିକୁ ସୂଚନା ଦେଇଥିଲା ଯେ ବିମାନରେ ଦୁଇଜଣ ଯାତ୍ରୀ ମଦ ନେଇ ଯାଉଥିଲେ ।
ବିମାନଟି ପାଟନାରେ ଅବତରଣ କରିବା ପରେ ସିଆଇଏସ୍ଏଫକୁ ସୂଚନା ଦିଆଯାଇଥିଲା । ଏହା ପରେ ପାଟନା ପୋଲିସ ବିମାନବନ୍ଦରରେ ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଥିଲା । ଏହି ଲୋକଙ୍କୁ ପଚରାଉଚରା କରାଯାଉଛି । ଏହି ସମୟରେ ଜଣେ ଯୁବକ ବିମାନବନ୍ଦରରୁ ପଳାଇ ଯାଇଥିଲେ । ତାଙ୍କୁ ଖୋଜା ଚାଲିଛି | ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରାଯାଇଛି । ପୋଲିସ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ଏବଂ ସେମାନଙ୍କୁ ଗିରଫ କରିବା ସହ ମାମଲା ସମ୍ପର୍କରେ ଅନ୍ୟାନ୍ୟ ସୂଚନା ମିଳୁଛି ।












Click it and Unblock the Notifications