Get Updates
Get notified of breaking news, exclusive insights, and must-see stories!

ବଜାରରେ ଉପଲବ୍ଧ ହେବ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା, ସର୍ତ୍ତମୂଳକ ଅନୁମୋଦନ ପ୍ରଦାନ କଲେ DCGI

ବର୍ତ୍ତମାନ ଖୁବ୍ ଶୀଘ୍ର ଏହି ଟିକା ବଜାରରେ ସହଜରେ ଉପଲବ୍ଧ ହେବ କାରଣ ଆଜି ଅର୍ଥାତ୍ ଗୁରୁବାର ଦିନ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଏହାକୁ ସର୍ତ୍ତମୂଳକ ଅନୁମୋଦନ ଦେଇଛି ।

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ କରୋନା ମହାମାରୀର ତୃତୀୟ ଲହର ଚାଲିଥିବା ସହ ଦୈନିକ ଲକ୍ଷ ଲକ୍ଷ ବ୍ୟକ୍ତି କରୋନା ସଂକ୍ରମିତ ହେଉଛନ୍ତି । ଏଥି ମଧ୍ୟରେ ଏହି ମାସରେ ଭାରତ ଦେଶରେ କରୋନା ଭାଇରସ ବିରୁଦ୍ଧରେ ଟୀକାକରଣ ଅଭିଯାନର ପ୍ରଥମ ବାର୍ଷିକୀ ପାଳନ କରିଛି । ଏହି ସମୟରେ, କୋଭିଡ -19 ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଖୁବ୍ ଶୀଘ୍ର ଏହି ଟିକା ବଜାରରେ ସହଜରେ ଉପଲବ୍ଧ ହେବ କାରଣ ଆଜି ଅର୍ଥାତ୍ ଗୁରୁବାର ଦିନ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଏହାକୁ ସର୍ତ୍ତମୂଳକ ଅନୁମୋଦନ ଦେଇଛି ।

covid vaccine

ଗତବର୍ଷ ଜାନୁଆରୀ 3 ତାରିଖରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିଶିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଥିଲା । ଏହାପରେ ଜାନୁଆରୀ 16 ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା କୋଭିଡ୍ ଟୀକାକରଣ ।

ଏବେ ଉଭୟ ଟିକାକୁ ବଜାର ବିକ୍ରି ପାଇଁ DCGI ଅନୁମତି ଦେବା ପରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଡୋଜ୍ ପିଛା ଦର କମିପାରେ । ସୂଚନା ଅନୁସାରେ, ଖୋଲା ବଜାରରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ଡୋଜ୍ ପ୍ରତି ମୂଲ୍ୟ 275 ଟଙ୍କା ରହିପାରେ । ପ୍ରତି ଡୋଜ୍ ପିଛା ସେବା ଶୁଳ୍କ ଭାବେ 150 ଟଙ୍କା ଅତିରିକ୍ତ ଦେବାକୁ ପଡ଼ିପାରେ ।

ସୂଚନା ଅନୁସାରେ ମେଡିକାଲ ଷ୍ଟୋରରେ ଏହି ଟିକା ଉପଲବ୍ଧ ହେବ ନାହିଁ । ଡାକ୍ତରଖାନା ଏବଂ କ୍ଲିନିକଗୁଡିକ ଏହି ଟିକା କ୍ରୟ କରିପାରିବେ । ପ୍ରତି ଛଅ ମାସରେ ଟୀକାକରଣ ତଥ୍ୟ DCGI ରେ ଦାଖଲ କରିବାକୁ ପଡିବ । CoWIN ଆପରେ ମଧ୍ୟ ଡାଟା ଅପଡେଟ୍ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+