ଜାମ୍ମୁର ଆର୍ନିଆ ସେକ୍ଟରରେ ପୁଣି ଉଡ଼ିଲା ସନ୍ଦୀଗ୍ଧ ଡ୍ରୋନ୍, ଗୁଳି ଚାଳନା କଲା ବିଏସ୍ଏଫ୍
ଆଜି ଅନ୍ତର୍ଜାତୀୟ ସୀମାର ଆର୍ନିଆ ସେକ୍ଟରରେ ଡ୍ରୋନ୍ ଦେଖିବାକୁ ମିଳିଥିଲା, ଯଦିଓ ଏହାକୁ ଦେଖି ସୀମା ସୁରକ୍ଷା ବାହିନୀର ସଚେତନ ସୈନିକମାନେ ଗୁଳି ଚଳାଇ ଘଉଡାଇ ଦେଇଥିଲେ ।
ଜାମ୍ମୁ : ଧାରା 370 ରଦ୍ଦ ହେବା ପରେ ଜାମ୍ମୁ କାଶ୍ମୀରରେ ଶାନ୍ତିର ପରିବେଶ ରହିଛି, ଯାହାକୁ ପାକିସ୍ତାନ ପସନ୍ଦ କରୁନାହିଁ । ଯେଉଁଥିପାଇଁ ପ୍ରତିଦିନ ଅପରପକ୍ଷରୁ ଆକ୍ରମଣ ଭଳି ଘୃଣ୍ୟ କାର୍ଯ୍ୟ କରାଯାଉଛି । ଏହି ସପ୍ତାହରେ ଜାମ୍ମୁ ବାୟୁସେନା ଷ୍ଟେସନରେ ଦୁଇଟି ଡ୍ରୋନ୍ ବିସ୍ଫୋରଣ ହୋଇଥିଲା । ଏହା ପରେ ଆଜି ଅନ୍ତର୍ଜାତୀୟ ସୀମାର ଆର୍ନିଆ ସେକ୍ଟରରେ ଡ୍ରୋନ୍ ଦେଖିବାକୁ ମିଳିଥିଲା, ଯଦିଓ ଏହାକୁ ଦେଖି ସୀମା ସୁରକ୍ଷା ବାହିନୀର ସଚେତନ ସୈନିକମାନେ ଗୁଳି ଚଳାଇ ଘଉଡାଇ ଦେଇଥିଲେ ।

ବିଏସଏଫ ଅନୁଯାୟୀ ଶୁକ୍ରବାର ଦିନ ସକାଳ 4.25 ସମୟରେ ଅନ୍ତର୍ଜାତୀୟ ସୀମାର ଆର୍ନିଆ ସେକ୍ଟରରେ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ଡ୍ରୋନ୍ ଭାରତୀୟ ସୀମାରେ ପ୍ରବେଶ କରିବା ମାତ୍ରେ ବିଏସ୍ଏଫ୍ କର୍ମଚାରୀମାନେ ଏହା ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାପରେ ଡ୍ରୋନ୍ ଟି ପାକିସ୍ତାନର ସୀମାକୁ ଫେରିଯାଇଥିଲା ।
ବିଏସଏଫ ଅନୁଯାୟୀ, ସୀମାର ଏହି ପାର୍ଶ୍ୱରେ ଡ୍ରୋନ୍ ବ୍ୟବହାର କରାଯାଉଥିଲା, କିନ୍ତୁ ସେମାନଙ୍କ ସୈନିକମାନେ ଏହା ବିଷୟରେ ପୂର୍ବରୁ ସଚେତନ ଥିଲେ । ଫଳରେ ସେମାନଙ୍କ ଯୋଜନା ବିଫଳ ହୋଇଛି । ସେ ଅଞ୍ଚଳ ନିରୀକ୍ଷଣ କରିବା ଲାଗି ଡ୍ରୋନ୍ଟିକୁ ପଠାଯାଇଥିଲା ।












Click it and Unblock the Notifications