ମଦ୍ୟପାନର ବୟସ 25 ରୁ ଖସି ହେଲା 21

କୋହଳ ହେଲା ମଦ ପିଇବାର ଆଇନଗତ ବୟସ ସୀମା । ଏବେ 21 ବର୍ଷ ବୟସ ହେବା ପରେ ମଦ ପିବା ପାଇଁ ଯୋଗ୍ୟ ହୋଇପାରିବେ ।

ନୂଆଦିଲ୍ଲୀ : କୋହଳ ହେଲା ମଦ ପିଇବାର ଆଇନଗତ ବୟସ ସୀମା । ଏବେ 21 ବର୍ଷ ବୟସ ହେବା ପରେ ମଦ ପିବା ପାଇଁ ଯୋଗ୍ୟ ହୋଇପାରିବେ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଯାହାକି ଆଗରୁ 25 ଥିଲା ।

Liquor

ସୋମବାର ଦିଲ୍ଲୀ ସରକାର ନୂତନ ଏକ୍ସାଇଜ୍ ପଲିସିକୁ ଅନୁମୋଦନ ଦେବା ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୟସସୀମା କୋହଳ ନେଇ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀ ସରକାର କୌଣସି ମଦ ଦୋକାନ ଚଳାଇବେ ନାହିଁ ଏବଂ ସମସ୍ତ ଦୋକାନ ଘରୋଇ ବିକ୍ରେତାଙ୍କ ଦ୍ୱାରା ପରିଚାଳିତ ହେବ । ଖୁବ୍ ଶୀଘ୍ର ଏନେଇ ଏକ ବିଡିଂ ପ୍ରକ୍ରିୟା କରାଯିବ । ଆମେ ମୂଲ୍ୟ ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛୁ । ଜାତୀୟ ରାଜଧାନୀରେ କୌଣସି ନୂତନ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ସେ କହିଛନ୍ତି ।

ଅର୍ଥ ଏବଂ ଶିକ୍ଷା ପୋର୍ଟଫୋଲିଓରେ ଥିବା ସିସୋଦିଆ କହିଛନ୍ତି, ବଜାର ଅଞ୍ଚଳରେ କିମ୍ବା ମଦ ଦୋକାନ ନିକଟରେ ଖୋଲାଖୋଲି ଭାବେ ମଦ ନପିଇବା ନେଇ ସରକାର ନିଶ୍ଚିତ କରିବେ । ବର୍ତ୍ତମାନ ଜାତୀୟ ରାଜଧାନୀର 60 ପ୍ରତିଶତ ମଦ ଦୋକାନ ଦିଲ୍ଲୀ ସରକାର ଚଳାଉଥିବାବେଳେ ଅବଶିଷ୍ଟ 40 ପ୍ରତିଶତ ଘରୋଇ ବିକ୍ରେତାଙ୍କ ଦ୍ୱାରା ପରିଚାଳିତ ହେଉଛି । ଏଥିସହିତ ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବା ନେଇ ଆଉ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହା ବ୍ୟତୀତ ସରକାର ଏକ୍ସସାଇଜ୍ ପଲିସିରେ କେତେକ ପରିବର୍ତ୍ତନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ଯାହାକି ଖୁବ୍ ଶୀଘ୍ର ଘୋଷଣା କରାଯିବ ଏବଂ ଏହି ଏକ୍ସସାଇଜ୍ ପଲିସି ଦ୍ୱାରା ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ ବୋଲି ଆମେ ଆଶା କରୁଛୁ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+