ସିବିଆଇ ଅଫିସରଙ୍କୁ ଜିନ୍ସ, ଟି-ସାର୍ଟ ଓ ସ୍ପୋର୍ଟ୍ସ ଜୋତା ପିନ୍ଧିବା ମନା
ଏଜେନ୍ସିର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟରେ ସାଧା ପୋଷାକ ପିନ୍ଧିବେ । ତେବେ କାର୍ଯ୍ୟାଳୟରେ ଜିନ୍ସ, ଟି-ସାର୍ଟ ଏବଂ ସ୍ପୋର୍ଟ୍ସ ଜୋତା ପିନ୍ଧି ପାରିବେ ନାହିଁ ।
ନୂଆଦିଲ୍ଲୀ : ସିବିଆଇ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଏବେ ଜିନ୍ସ, ଟି-ସାର୍ଟ ଓ ସ୍ପୋର୍ଟ୍ସ ଜୋତା ପିନ୍ଧିବା ମନା । ଏନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)ର ନୂତନ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲ ଡ୍ରେସ କୋଡର ନୂଆ ନିୟମ ଲାଗୁ ପାଇଁ ଆଦେଶ ଦେଇଛନ୍ତି । ଆଦେଶ ଅନୁସାରେ, ଏଜେନ୍ସିର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟରେ ସାଧା ପୋଷାକ ପିନ୍ଧିବେ । ତେବେ କାର୍ଯ୍ୟାଳୟରେ ଜିନ୍ସ, ଟି-ସାର୍ଟ ଏବଂ ସ୍ପୋର୍ଟ୍ସ ଜୋତା ପିନ୍ଧି ପାରିବେ ନାହିଁ ।

ସାଧା ପେଂଟ-ସାର୍ଟ ଏବଂ ଜୋତା ପିନ୍ଧିବାକୁ ପୁରୁଷ ଅଧିକାରୀଙ୍କୁ ଆଦେଶ ଦିଆଯାଇଛି । ଭଲ ଭାବେ ସେଭିଂ ହୋଇ ଅଫିସ୍ ଆସିବାକୁ କୁହାଯାଇଛି । ଏହା ସହିତ ଡ୍ୟୁଟି ସମୟରେ ମହିଳା ଅଫିସର କିମ୍ବା କର୍ମଚାରୀ କେବଳ ଶାଢୀ, ସୁଟ୍ ଓ ସାଧା ସାର୍ଟ ପିନ୍ଧିକି ଆସିବେ । ଏପରିକି ଚପଲ ପିନ୍ଧି କାର୍ଯ୍ୟାଳୟ ଆସିବାକୁ ମନା କରାଯାଇଛି । ସିବିଆଇ ନିର୍ଦ୍ଦେଶକ ସୁବୋଧ ଜୟସୱାଲଙ୍କ ମଞ୍ଜୁରୀ ସହିତ ଉପ ନିର୍ଦ୍ଦେଶକ ଅନୁପ ଟି ମାଥ୍ୟୁଙ୍କ ଦ୍ୱାରା ଏହି ଆଦେଶ ଜାରି କରାଯାଇଛି ।
ସିବିଆଇ ଅଧିକାରୀ କହିଛନ୍ତି ଯେ ଏହା ଏକ ସନ୍ତୁଳିତ ଆଦେଶ ଅଟେ । କାରଣ ଜଣେ ପେଶାଦାର ଯାଞ୍ଚ ଏଜେନ୍ସି ଭାବେ ପ୍ରତ୍ୟେକ ଅଧିକାରୀ/କର୍ମଚାରୀଙ୍କୁ ସାଧା ପୋଷାକ ପିନ୍ଧିବା ଜରୁରୀ ହୋଇଥାଏ । ହେଲେ ଗତ କିଛି ବର୍ଷ ହେବ ଲୋକେ ଜିନ୍ସ ଏବଂ ଟି ସାର୍ଟ ପିନ୍ଧି ଅଫିସ ଆସିବା ପରମ୍ପରା ଜାରି ରହିଛି । କେହି ମଧ୍ୟ ଏହା ଉପରେ ରୋକ୍ ଲଗାଇ ନାହାନ୍ତି । ଖାସ କରି ମନ୍ତ୍ରଣାଳୟର କର୍ମଚାରୀଙ୍କୁ ମଧ୍ୟ ଏସବୁ ପିନ୍ଧିବା ପାଇଁ ବାରଣ କରାଯାଇନାହିଁ ।












Click it and Unblock the Notifications