ଯୁଦ୍ଧରେ ଶତ୍ରୁମାନଙ୍କୁ ମାତ୍ ଦେବ ମୂଷା ! DRDO ପ୍ରସ୍ତୁତ କରୁଛି 'ଗୁପ୍ତଚର ମୂଷା'
ଶତ୍ରୁ ଦେଶର ଗତିବିଧି ଜାଣିବା ପାଇଁ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏକ ସ୍ୱତନ୍ତ୍ର ମୂଷା ପ୍ରସ୍ତୁତ କରୁଛି । ଯୁଦ୍ଧ, ଆତଙ୍କବାଦୀ ଆକ୍ରମଣ, ସର୍ଚ୍ଚ ଅପରେସନ୍ ଇତ୍ୟାଦି ସମୟରେ ଏହି ମୂଷା ସୁରକ୍ଷା ଏଜେନ୍ସିମାନଙ୍କୁ ସାହାଯ୍ୟ କରିବ ।
ନୂଆଦିଲ୍ଲୀ : ଆଜିର ଆଧୁନିକ ଦୁନିଆରେ ଅନେକ ଦେଶ ନିଜକୁ ଶକ୍ତିଶାଳୀ ଦର୍ଶାଇବା ପାଇଁ ନିଜ ନିଜର ସେନାକୁ ମଜବୁତ କରିବାରେ ଲାଗିଛନ୍ତି । ଏହା ସହ ଜରୁରୀ ପରିସ୍ଥିତିରେ ଶତ୍ରୁ ଦେଶର ଗତିବିଧି ଜାଣିବା ତଥା ଏହାକୁ ମାତ୍ ଦେବା ପାଇଁ ଅନେକ ଜ୍ଞାନ କୌଶଳକୁ ଆପଣାଉଛନ୍ତି । ଏପରିକି ଯେଉଁ ଦେଶର ତିନି ସେନା ବାହିନୀ ମଜବୁତ୍ ଥିବ ସେହି ଦେଶର ହିଁ ଭବିଷ୍ୟତରେ ଦୃଢ ଭାବେ ଛିଡ଼ା ହୋଇପାରିବ ବୋଲି କହିଛନ୍ତି ରକ୍ଷା ବିଶେଷଜ୍ଞ । ଏହି ସମୟରେ ଭାରତ ମଧ୍ୟ ନିଜ ଅନେକ ଜ୍ଞାନ କୌଶଳକୁ ସାମିଲ କରି ସେନାକୁ ସଶକ୍ତ କରିବାରେ ଲଗାପଡ଼ିଛି । ଯାହାକୁ ଦେଖି ଶତ୍ରୁ ଦେଶର ନିଦ ହଜିଯାଉଛି ।

ଶତ୍ରୁ ଦେଶର ଗତିବିଧି ଜାଣିବା ପାଇଁ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏକ ସ୍ୱତନ୍ତ୍ର ମୂଷା ପ୍ରସ୍ତୁତ କରୁଛି । ଯୁଦ୍ଧ, ଆତଙ୍କବାଦୀ ଆକ୍ରମଣ, ସର୍ଚ୍ଚ ଅପରେସନ୍ ଇତ୍ୟାଦି ସମୟରେ ଏହି ମୂଷା ସୁରକ୍ଷା ଏଜେନ୍ସିମାନଙ୍କୁ ସାହାଯ୍ୟ କରିବ । ସେନା, ଡ୍ରୋନ୍ କିମ୍ବା କ୍ୟାମେରା ପହଞ୍ଚିପାରୁନଥିବା ସ୍ଥାନରେ ମଧ୍ୟ ଏହି ମୂଷା ପହଞ୍ଚି ତଥ୍ୟ ସଂଗ୍ରହ କରିପାରିବ ।
କିପରି କାମ କରିବ ଏହି ମୂଷା ?
ଏହି ପ୍ରସଙ୍ଗରେ DRDO ର ୟଙ୍ଗ ସାଇଣ୍ଟିଷ୍ଟ ଲାବୋରେଟୋରୀ (DYSL-AT) ନିର୍ଦ୍ଦେଶକ ପି ଶିବ ପ୍ରସାଦ କହିଛନ୍ତି ଯେ ତାଙ୍କର ଏକ ଟିମ୍ ସ୍ୱତନ୍ତ୍ର ମୂଷା ଉପରେ କାମ କରୁଛନ୍ତି । ଏହାର ମୁଣ୍ଡରେ କ୍ୟାମେରା ରହିବ । ସେମି-ଇନୱେସିବ୍ ବ୍ରେନ୍ ଇଲେକ୍ଟ୍ରୋଡ୍ ବ୍ୟବହାର କରି ଏହାକୁ ମନିଟର କରାଯିବ । ଏପରିକି ଏହା ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ପ୍ରକାରର କମାଣ୍ଡ ମଧ୍ୟ ଦିଆଯିବ । ଏହି ମୂଷାମାନଙ୍କୁ "ରେଟ୍ ସାଇବର୍ଗ" କୁହାଯାଉଛି ।
କ୍ୟାମେରାରୁ ମିଳିବ ଲାଇଭ୍ ତଥ୍ୟ
ସେ ଆହୁରି କହିଛନ୍ତି ପ୍ରଥମ ଥର ପାଇଁ ଭାରତ ଏଭଳି ଟେକ୍ନୋଲୋଜିର ବିକାଶ କରିବାକୁ ପ୍ରୟାସ କରୁଛି । କେତେକ ବିଦେଶୀ ରାଷ୍ଟ୍ର ନିକଟରେ ଏହି ଟେକ୍ନୋଲଜି ପୂର୍ବରୁ ଅଛି । ଏହା ଗୁପ୍ତଚର ମନିଟରିଂରେ ସୁରକ୍ଷା ବାହିନୀକୁ ସାହାଯ୍ୟ କରିବ । ଏଥିରେ ବୈଜ୍ଞାନିକମାନେ ମୂଷାମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଅପରେଟରମାନେ ସେମାନଙ୍କ ମୁଣ୍ଡରେ ଲଗାଯାଇଥିବା କ୍ୟାମେରାରୁ ଲାଇଭ ଫିଡ୍ ପାଇପାରିବେ ।
26/11 ପରି ଆକ୍ରମଣର ଉଦାହରଣ ଦେଇ ଏହି ମୂଷାର ମହତ୍ତ୍ୱ ଦର୍ଶାଇଛନ୍ତି । ପ୍ରସାଦଙ୍କ ଅନୁଯାୟୀ, ଯଦି ମୁମ୍ବାଇ ପରି ପୁନର୍ବାର ଆକ୍ରମଣ ହୁଏ ଏବଂ ସୁରକ୍ଷା ବାହିନୀ ଅପରେସନ୍ ଆରମ୍ଭ କରନ୍ତି, ତେବେ ସେମାନେ ଏହି ମୂଷାମାନଙ୍କୁ ସମସ୍ତଙ୍କ ଆଖିରୁ ଦୂରେଇ ରଖି ସର୍ଚ୍ଚ କାର୍ଯ୍ୟରେ ନିୟୋଜିତ କରିପାରିବେ । ଏମାନଙ୍କ ଜରିଆରେ ଆତଙ୍କବାଦୀଙ୍କ ପ୍ରକୃତ ସ୍ଥାନ ଜଣାପଡ଼ିବ । କିନ୍ତୁ ଆତଙ୍କବାଦୀ ଏ ନେଇ କିଛି ଜାଣିପାରିବେ ନାହିଁ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications