For Quick Alerts
Turn On Notification  
For Daily Alerts
Oneindia App Download

ଶତ୍ରୁ ଦେଶର ନିଦ ଉଡ଼ାଇଲା ଭାରତୀୟ ନୌସନା, ପ୍ରଥମ ସ୍ୱଦେଶୀ ଜାହାଜ ବିରୋଧୀ କ୍ଷେପଣାସ୍ତ୍ରର କଲା ସଫଳ ପରୀକ୍ଷଣ

ନୌସେନା ପ୍ରଥମ ସ୍ୱଦେଶୀ ଜାହାଜ ବିରୋଧୀ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ଏହି କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ରୂପେ ଭାରତରେ ବିକଶିତ ହୋଇଛି ।

|

ନୂଆଦିଲ୍ଲୀ : ଗତ କିଛି ବର୍ଷ ଧରି ଚୀନ୍ ଭାରତ ସହ ବିବାଦ ଜାରି ରଖିଥିବା ବେଳେ ଅନ୍ୟପଟେ ପାକିସ୍ତାନ ମଧ୍ୟ କାଶ୍ମୀର ଉପତ୍ୟକାରେ 'ଅଣ-ପାକ୍' କାର୍ଯ୍ୟକଳାପ ଜାରି ରଖିଛି । ଯେଉଁଥିପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଭାରତ କ୍ରମାଗତ ଭାବେ ନିଜକୁ ମଜବୁତ କରୁଛି । ଏହା ସହିତ ଦେଶରେ ଅଧିକରୁ ଅଧିକ ହାଇ-ଟେକ୍ ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ପ୍ରସ୍ତୁତ କରିବା ପାଇଁ ତିନି ସୋନା ବାହିନୀର ପ୍ରୟାସ ଜାରି ରଖିଛି । ବର୍ତ୍ତମାନ ଭାରତୀୟ ନୌସେନା ଏହି ଦିଗରେ ଆଉ ଏକ ପାଦ ସଫଳତା ହାସଲ କରିଛି ।

DRDO

ବୁଧବାର ନୌସେନା ପ୍ରଥମ ସ୍ୱଦେଶୀ ଜାହାଜ ବିରୋଧୀ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ଏହି କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ରୂପେ ଭାରତରେ ବିକଶିତ ହୋଇଛି । ନୌସେନା ଅନୁଯାୟୀ, ଏହି ପରୀକ୍ଷା ଓଡିଶାର ବାଲେଶ୍ୱର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରେ ଶେଷ ହୋଇଛି । ସେଠାରେ ମିସାଇଲ୍ ଏକ 42B ହେଲିକପ୍ଟରରୁ ମାଡ଼ କରାଯାଇଥିଲା, ଯାହା ସଫଳତାର ସହ ଟାର୍ଗେଟକୁ ଲକ୍ଷ୍ୟ ଭେଦ କରିଛି । ଏହି ପରୀକ୍ଷଣ ଭାରତୀୟ ନୌସେନା ପାଇଁ ଏକ ବଡ଼ ସଫଳତା ଭାବରେ ବିବେଚନା କରାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
DRDO Naval anti-ship missile successful test In Odisha coast
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X