Get Updates
Get notified of breaking news, exclusive insights, and must-see stories!

DRDO ର VL-SRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ସମୁଦ୍ରରେ ଶତ୍ରୁ ଆକ୍ରମଣକୁ କରିବ ମୁକାବିଲା

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ନୌସେନା ସଫଳତାର ସହ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ (VL-SRSAM) କୁ ପରୀକ୍ଷଣ କରିଛନ୍ତି ।

ବାଲେଶ୍ୱର : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ନୌସେନା ସଫଳତାର ସହ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ (VL-SRSAM) କୁ ପରୀକ୍ଷଣ କରିଛନ୍ତି । ମଙ୍ଗଳବାର ଦିନ ଓଡିଶାର ବାଲେଶ୍ୱରସ୍ଥିତ ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ଉପକୂଳରେ ଏହି ପରୀକ୍ଷା ଶେଷ ହୋଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ୱାରା ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ ସିଷ୍ଟମ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ବିକଶିତ ହୋଇଛି ।

DRDO - Chandipur missile

ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ନୌନାର ଯୁଦ୍ଧ ଜାହାଜ ମାଧ୍ୟମରେ ପରୀକ୍ଷା କରାଯାଇଛି । ଏହି ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ରକୁ ଭର୍ଟିକାଲ୍ ଲଞ୍ଚ ମିସାଇଲ କିମ୍ବା ଭର୍ଟିକାଲ୍ ଲଞ୍ଚ ସର୍ଟ୍ ରେଞ୍ଜ ର୍ଫଏସ୍ ଟୁ ଏୟାର ମିସାଇଲ କୁହାଯାଏ । ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ସମୁଦ୍ର ସୀମାକୁ ସୁରକ୍ଷା ଦେଉଥିବା ନୌସେନା ଏହାର ଆକାଶ ଶତ୍ରୁମାନଙ୍କର ଯେକୌଣସି ଆକ୍ରମଣକୁ ରୋକିବାରେ ସକ୍ଷମ ହେବ ।

ଏହି କ୍ଷେପଣାସ୍ତ୍ର ମଧ୍ୟ ସି-ସ୍କିମିଂ କୌଶଳ ସହିତ ସଜ୍ଜିତ ଲକ୍ଷ୍ୟକୁ ନଷ୍ଟ କରିପାରେ । ବାସ୍ତବରେ, ଏହି କୌଶଳ ଅନେକ ଆଣ୍ଟି-ସିପ୍ ମିସାଇଲ, ଯୁଦ୍ଧ ବିମାନରେ ବ୍ୟବହୃତ ହୁଏ, ଯାହା ଦ୍ୱାରା ସେମାନେ ଯୁଦ୍ଧପୋତରେ ଲାଗିଥିବା ରାଡାର ଏବଂ ଇନଫ୍ରା ରେଡ୍ ରୁ ରକ୍ଷା ପାଇବାରେ ସହାୟକ ହୁଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+