ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହେବ କରୋନା ଔଷଧ 2DG, ଦୂର କରିବ ଅମ୍ଲଜାନ ସଙ୍କଟ
DRDO ଅନୁଯାୟୀ, କୋଭିଡ -19 ରୋଗୀଙ୍କ ଚିକିତ୍ସା ପାଇଁ 10,000 ଡୋଜର '2-ଡିଜି' ଔଷଧର ପ୍ରଥମ ବ୍ୟାଚ୍ ଆସନ୍ତା ସପ୍ତାହ ଆରମ୍ଭରେ ବଜାରରେ ଉପଲବ୍ଧ ହେବ । କୋଭିଡ -19 ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆସନ୍ତା ସପ୍ତାହ ଆରମ୍ଭରେ 10,000 ଡୋଜ 2DG ଔଷଧ ଆସିବ ।
ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ଆଣ୍ଟି-କରୋନା ଔଷଧ '2-ଡିଜି' (2DG) ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହେବ । ଶୁକ୍ରବାର (14 ମଇ)ରେ DRDO ଏହି ସୂଚନା ଦେଇଛି । DRDO ଅନୁଯାୟୀ, କୋଭିଡ -19 ରୋଗୀଙ୍କ ଚିକିତ୍ସା ପାଇଁ 10,000 ଡୋଜର '2-ଡିଜି' ଔଷଧର ପ୍ରଥମ ବ୍ୟାଚ୍ ଆସନ୍ତା ସପ୍ତାହ ଆରମ୍ଭରେ ବଜାରରେ ଉପଲବ୍ଧ ହେବ । କୋଭିଡ -19 ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆସନ୍ତା ସପ୍ତାହ ଆରମ୍ଭରେ 10,000 ଡୋଜ 2DG ଔଷଧ ଆସିବ ବୋଲି ଜଣେ DRDO ଅଧିକାରୀ କହିଛନ୍ତି । ଏହା ଉପଲବ୍ଧ ହେଲେ ଆଉ ଅକ୍ସିଜେନ୍ ଉରେ ବେଶୀ ନିର୍ଭର କରିବାରକୁ ପଡ଼ିବ ନାହିଁ ବୋଲି କୁହାଯାଇଛି ।

DRDO ଅଧିକାରୀ କହିଛନ୍ତି, "ଔଷଧ ଉତ୍ପାଦନକାରୀମାନେ ଭବିଷ୍ୟତରେ ବ୍ୟବହାର ପାଇଁ ଔଷଧର ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଡକ୍ଟର ଅନନ୍ତ ନାରାୟଣ ଭଟ୍ଟଙ୍କ ସମେତ DRDO ବୈଜ୍ଞାନିକଙ୍କ ଏକ ଟିମ୍ ଏହି ଔଷଧ ପ୍ରସ୍ତୁତ କରିଛି ।"
ଶୁକ୍ରବାର (ମେ 14) କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ କେ ସୁଧାକର DRDO କ୍ୟାମ୍ପସ ପରିଦର୍ଶନ କରିଛନ୍ତି । ଯେଉଁଠାରେ DRDO ବୈଜ୍ଞାନିକମାନେ 2-ଡିଜି ଔଷଧ ବିଷୟରେ ମନ୍ତ୍ରୀଙ୍କୁ ସୂଚନା ଦେଇ କହିଥିଲେ ଯେ ଏହା କୋଭିଡ -19 ଯୁଦ୍ଧରେ ଗେମ୍ ଚେଞ୍ଜର ହୋଇପାରେ ।
ହାଇଦ୍ରାବାଦ ସ୍ଥିତ ଡକ୍ଚର ରେଡ୍ଡୀ ଲାବରେଟୋରୀରେ ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓର ନ୍ୟୁକ୍ଲିଅର ମେଡିସିନ୍ ଓ ଆଲାଏଡ ସେଣ୍ଟର । ଏହି ମେଡିସିନ୍ ପାଉଚରେ ପାଉଡର ଆକାରରେ ଆସୁଛି । ପାଣିରେ ମିଶାଇ ପିଇବାକୁ ହେବ । ଭାଇରସ ଦ୍ବାରା ପ୍ରଭାବିତ ସେଲରେ ଏହା ପ୍ରଭାବ ପକାଇବ । 2-DG ମେଡିସିନ ସେବନ କଲେ କମ ସମୟରେ ସୁସ୍ଥ ହେବେ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି ।












Click it and Unblock the Notifications