ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ପରେଡରେ ଅଭିବାଦନ ଗ୍ରହଣ କରିବେ ଦ୍ରୌପଦୀ ମୁର୍ମୁ; ବିଶ୍ୱ ଦେଖିବ ଓଡିଶୀ ନୃତ୍ୟ
ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟ ପଥର ସାଧାରଣତନ୍ତ୍ର ଦିବସ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏହା ସହ କର୍ତ୍ତବ୍ୟ ପଥରେ ବିଶ୍ୱ ଦେଖିବ ଓଡିଶୀ ନୃତ୍ୟ, ସାହିଯାତ ଏବଂ ଛଉ ନୃତ୍ୟ ।

ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟ ପଥର ସାଧାରଣତନ୍ତ୍ର ଦିବସ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏହା ସହ କର୍ତ୍ତବ୍ୟ ପଥରେ ବିଶ୍ୱ ଦେଖିବ ଓଡିଶୀ ନୃତ୍ୟ, ସାହିଯାତ ଏବଂ ଛଉ ନୃତ୍ୟ । ପରେଡ଼ର ଶେଷ ୧୦ ମିନିଟ ଅବଧିର ବନ୍ଦେ ଭାରତ ନୃତ୍ୟ ପରିବେଷଣ ହେବ । ଏହି ନୃତ୍ୟ ରେ ଦେଶର ପାରମ୍ପରିକ ଏବଂ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହେବ ।
କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ମାନଙ୍କ ଜରିଆରେ ପ୍ରତିଯୋଗିତା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ଚୟନ ହୋଇ ୫୦୦ କଳାକାର ଦିଲ୍ଲୀ ଆସିଛନ୍ତି। କଟକ ଏବଂ ଭୁବନେଶ୍ୱର ଓଡିଶୀ ନୃତ୍ୟାନୁଷ୍ଠାନ ରୁ ୯ଜଣ ଓଡିଶୀ ନୃତ୍ୟ ଶିଳ୍ପୀ ସାମିଲ ହୋଇଛନ୍ତି ।
ଶ୍ରୀକ୍ଷେତ୍ର ସାହିଯାତର ଝଲକ ମଧ୍ୟ ଦେଖିବାକୁ ମିଳିବ। ରଙ୍ଗଶାଳା ଅନୁଷ୍ଠାନର କଳାକାରମାନେ ପୁରୀର ପାରମ୍ପରିକ ରାବଣ, ନାଗା ଓ ମେଢ଼ ନୃତ୍ୟ ପରିବେଷଣ କରିବେ ।
ମୟୂରଭଞ୍ଜର ଛଉ ନୃତ୍ୟକୁ ମଧ୍ୟ 'ବନ୍ଦେ ଭାରତ' ନୃତ୍ୟରେ ସାମିଲ କରାଯାଇଛି। କଳାକାରମାନଙ୍କ ଦ୍ବାରା 'ବନ୍ଦେ ଭାରତ' ନୃତ୍ୟ ଜରିଆରେ 'ବସୁଧୈବ କୁଟୁମ୍ବକମ୍' ଓ 'ୟୁନିଟି ଇନ୍ ଡାଇଭର୍ସିଟି' ବାର୍ତ୍ତା ଦିଆଯିବ ।












Click it and Unblock the Notifications