ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ
ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ଓ ଦେଶର ଉଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସର୍ବକନିଷ୍ଠ ରାଷ୍ଟ୍ରପତି ।
ନୂଆଦିଲ୍ଲୀ : ଅପେକ୍ଷାର ଘଟିଲା ଅନ୍ତ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ଓ ଦେଶର ଉଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସର୍ବକନିଷ୍ଠ ରାଷ୍ଟ୍ରପତି । ରାଷ୍ଟ୍ରପତି ହୋଇ ଇତିହାସ ରଚିଛନ୍ତି ଦ୍ରୌପଦୀ ।

ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ସମେତ ଓଡ଼ିଶାରୁ ଦ୍ରୌପଦୀ ଙ୍କ ପରିବାର ଏବଂ ପିଲା ଦିନର ବନ୍ଧୁ ମଧ୍ୟ ଉପସ୍ଥିତ ରହିଛନ୍ତି। ସକାଳ ୧୦.୧୪ ମିନିଟ ରେ ମୁର୍ମୁ ଙ୍କୁ ଶପଥ ପାଠ କରାଇଲେ ସିଜେଆଇ ଏନ୍ ଭି ରମଣା ।
ଶପଥ ପାଠ ପରେ ଜୁହାର କହି ନିଜର ଅଭିଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜର ଅଭିଭାଷଣରେ ସେ କହିଛନ୍ତି, ମୁଁ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛି । ଆମର ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନ ଭାରତର ନାଗରିକମାନଙ୍କ ସହିତ ଥିବା ଆଶାକୁ ପୂରଣ କରିବା ପାଇଁ ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା । ମୋର ନାମାଙ୍କନ ହେଉଛି ପ୍ରମାଣ ଯେ ଭାରତର ଗରିବମାନେ କେବଳ ସ୍ୱପ୍ନ ଦେଖିପାରିବେ ନାହିଁ ବରଂ ସେହି ସ୍ୱପ୍ନକୁ ମଧ୍ୟ ପୂରଣ କରିପାରିବେ । ମୁଁ ସନ୍ତୁଷ୍ଟ ଯେ ବର୍ଷ ବର୍ଷ ଧରି ବିକାଶରୁ ବଞ୍ଚିତ ଥିବା ଲୋକମାନେ - ଗରିବ, ଦଳିତ, ପଛୁଆ, ଆଦିବାସୀମାନେ ମୋତେ ସେମାନଙ୍କର ପ୍ରତିଫଳନ ଭାବରେ ଦେଖିପାରିବେ । ମୋ ନାମାଙ୍କନପତ୍ରରେ ଏହା ପଛରେ ଗରିବ ଲୋକଙ୍କର ଆଶୀର୍ବାଦ ଅଛି, ଏହା କୋଟି କୋଟି ମହିଳାଙ୍କ ସ୍ୱପ୍ନ ଏବଂ ସାମର୍ଥ୍ୟର ପ୍ରତିଫଳନ ।












Click it and Unblock the Notifications