ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବା ସହ 7 ଟି ରେକର୍ଡ ରଚିଲେ ମୁର୍ମୁ
ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର 15 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ସେ ଦେଶର ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହୋଇଛନ୍ତି ।
ନୂଆଦିଲ୍ଲୀ : ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର 15 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ସେ ଦେଶର ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହୋଇଛନ୍ତି । କେବଳ ଏତିକି ନୁହେଁ, ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବା ପରେ ସାତଟି ଅପ୍ରତ୍ୟାଶିତ ରେକର୍ଡ କରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ରେକର୍ଡ ରଚିଲେ ମ୍ୟାଡାମ୍ ମୁର୍ମୁ ...

- ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଥମ ଆଦିବାସୀ ମହିଳା ଯିଏକି ଦେଶର ସର୍ବୋଚ୍ଚ ପଦବୀରେ ପହଞ୍ଚିଛନ୍ତି । ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ।
- ଦେଶ ସ୍ୱାଧୀନତାର 75 ତମ ବର୍ଷ ପାଳନ କରୁଛି କିନ୍ତୁ ଏପର୍ଯ୍ୟନ୍ତ ଓଡିଶାର କେହି ରାଷ୍ଟ୍ରପତି ପଦରେ ପହଞ୍ଚି ପାରି ନଥିଲେ । ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଥମ ମହିଳା ଯିଏକି ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି ।
- ସ୍ୱାଧୀନ ଭାରତରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଏପର୍ଯ୍ୟନ୍ତ ଦେଶର 14 ରାଷ୍ଟ୍ରପତି ସ୍ୱାଧୀନତା ପୂର୍ବରୁ ଜନ୍ମ ହୋଇଥିଲେ ।
- ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ସର୍ବ କନିଷ୍ଠ ରାଷ୍ଟ୍ରପତି । ଏହାପୂର୍ବରୁ ଏହି ଟାଇଟଲ୍ ନୀଲମ୍ ସଞ୍ଜୀବ ରେଡ୍ଡୀଙ୍କ ନାମରେ ଥିଲା, ସେ 64 ବର୍ଷ ଦୁଇ ମାସରେ ରାଷ୍ଟ୍ରପତି ହୋଇଥିଲେବେଳେ ମୁର୍ମୁ 64 ବର୍ଷ ଏବଂ ଏକ ମାସରେ ଏହି ପଦ ହାସଲ କରିଛନ୍ତି ।
- ଦ୍ରୌପଦୀ ମୁର୍ମୁ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି, ଏହା ପୂର୍ବରୁ ପ୍ରତୀଭା ପାଟିଲ ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ ।
- ବିଜେପି ପୃଷ୍ଠଭୂମିରୁ ଅସିଥିବା ମୁର୍ମୁ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି । ଏହାପୂର୍ବରୁ ରାମନାଥ କୋବିନ୍ଦ ମଧ୍ୟ ବିଜେପି ପୃଷ୍ଠଭୂମିରୁ ଆସି ରାଷ୍ଟ୍ରପତି ହୋଇଥିଲେ ।
- ଦ୍ରୌପଦୀ ମୁର୍ମୁ 1997 ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ରାଇରଙ୍ଗପୁର ମୁନିସିପାଲିଟିର କାଉନସିଲର ନିର୍ବାଚନରେ ଜିତିଥିଲେ । ଏପର୍ଯ୍ୟନ୍ତ କୌଣସି କାଉନସିଲର ରାଷ୍ଟ୍ରପତି ହୋଇନାହାଁନ୍ତି ।












Click it and Unblock the Notifications