Get Updates
Get notified of breaking news, exclusive insights, and must-see stories!

ଟୀକାକରଣର ବୁଷ୍ଟର ଡୋଜ୍ ପାଇଁ ଜାରି ରହିଛି ବୈଜ୍ଞାନିକ ଅଧ୍ୟୟନ, ପରିସ୍ଥିତି ଆଧାରରେ ନିଆଯିବ ନିଷ୍ପତ୍ତି : ଭି.କେ ପଲ୍

‘ଓମିକ୍ରନ' ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି NITI ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡ଼ ଭି.କେ ପଲ ଟୀକାକରଣର ବୁଷ୍ଟର ଡୋଜ ଉପରେ କହିଛନ୍ତି ଯେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରାଥମିକତା ଅତ୍ୟନ୍ତ ସ୍ପଷ୍ଟ, ଆମକୁ ଯୋଗ୍ୟ ଲୋକଙ୍କୁ କୋଭିଡର ଦୁଇଡୋଜ୍ ଟିକା ଦେବାକୁ ହେବ

ନୂଆଦିଲ୍ଲୀ : ଭାରତରେ କରୋନାର ନୂଆ ଭାରିଆଣ୍ଟ 'ଓମିକ୍ରନ' ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି NITI ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡ଼ ଭି.କେ ପଲ ଟୀକାକରଣର ବୁଷ୍ଟର ଡୋଜ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରାଥମିକତା ଅତ୍ୟନ୍ତ ସ୍ପଷ୍ଟ ଯେ ଆମକୁ ଯୋଗ୍ୟ ଲୋକଙ୍କୁ କୋଭିଡ ଟିକାର ଦୁଇ ଡୋଜ୍ ଦେବାକୁ ପଡିବ ।

 Dr V K paul

ସୂଚନାଯୋଗ୍ୟ ଯେ ଆମେରିକା ସମେତ ଅନେକ ଦେଶ ଅଛି ଯେଉଁଠାରେ କୋଭିଡ -19 ର ବୁଷ୍ଟର ଡୋଜ ପ୍ରୟୋଗ କରାଯାଉଥିବାବେଳେ ଭାରତ ବର୍ତ୍ତମାନ ଲୋକମାନଙ୍କର ଡବଲ ଡୋଜ ଟୀକାକରଣ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି । ଗୁରୁବାରର ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଭି.କେ ପଲଙ୍କୁ ବୁଷ୍ଟର ଡୋଜ ଉପରେ ଏକ ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଛନ୍ତି, କେଉଁ ସମୟରେ, କେଉଁ ଟୀକାକରଣ ପାଇଁ ବୁଷ୍ଚର ଡୋଜ୍ ଉପଲବ୍ଧ କରାଯିବ ସେ ନେଇ ବୈଜ୍ଞାନିକ ଯୁକ୍ତି ରହିଛି, ଯାହା ନେଇ ଅନୁସନ୍ଧାନ ଚାଲିଛି । ବର୍ତ୍ତମାନ, ଆମର ପ୍ରଥମ ପ୍ରାଥମିକତା ଆମ ପାଇଁ ଅତ୍ୟନ୍ତ ସ୍ପଷ୍ଟ ଯେ ଲୋକଙ୍କ ଡବଲ୍ ଡୋଜ ଟୀକାକରଣ କରାଯିବା ଉଚିତ୍ ।

ସେ ଆହୁରି ମଧ୍ୟ କହିଛନ୍ତି, 'ବର୍ତ୍ତମାନ ସମଗ୍ର ବିଶ୍ୱରେ ଓମିକ୍ରନର ବୈଶିଷ୍ଟ୍ୟ, ପ୍ରଭାବ ବୁଝାପଡୁଛି। ଟୀକାକରଣର ଏକ ବୁଷ୍ଟର ଡୋଜ୍ ପାଇଁ ଅଧ୍ୟୟନ କରାଯାଉଛି । ପରିସ୍ଥିତି ଉପୁଜିଲେ ଏହା ଉପରେ ଆଧାର କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଏହି ସମୟରେ, ଓମିକ୍ରନ୍ ଦେଶରେ ମିଳିବା ପରେ ଭି.କେ ପଲଙ୍କୁ ଲକଡାଉନ୍ ସମ୍ପର୍କରେ ପଚରାଯାଇଥିଲା । ଏହାର ଜବାବରେ ସେ କହିଛନ୍ତି, 'ଏହା ବର୍ତ୍ତମାନ ଆବଶ୍ୟକ ନାହିଁ । ଆମେ ନୂତନ ଆହ୍ୱାନର ସମ୍ମୁଖୀନ ହେବୁ ଏବଂ ଏହା ପାଇଁ ଆମ ନିକଟରେ ସବୁକିଛି ଉପଲବ୍ଧ । ଆମକୁ ଭୟ କରିବାକୁ ପଡିବ ନାହିଁ । ମାସ୍କ ପିନ୍ଧିବା ଓ ସୁରକ୍ଷିତ ରହିବା ଲୋକଙ୍କ ଦାୟିତ୍ୱ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+