For Quick Alerts
Turn On Notification  
For Daily Alerts
Oneindia App Download

ଆରୋଗ୍ୟ ଏବଂ ସେକ୍ସ ଡ୍ରାଇଭ୍ ବୃଦ୍ଧି କରିବା ପାଇଁ ଆନ୍ଧ୍ରରେ ଗଧ ମାଂସର ଚାହିଦା

ଆନ୍ଧ୍ର ପ୍ରଦେଶରେ ଗଧର ମାଂସର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କର ବିଶ୍ୱାସ ରହିଛି ଗଧ ମାସଂ ପିଠି ଯନ୍ତ୍ରଣା ଏବଂ ଆଜମାକୁ ଭଲ କରିବା ସହିତ ଆପ୍ରୋଡାଇସିଆକ୍ ଭାବରେ କାମ କରିଥାଏ ।

|

ଆନ୍ଧ୍ର ପ୍ରଦେଶରେ ଗଧର ମାଂସର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କର ବିଶ୍ୱାସ ରହିଛି ଗଧ ମାସଂ ପିଠି ଯନ୍ତ୍ରଣା ଏବଂ ଆଜମାକୁ ଭଲ କରିବା ସହିତ ଆପ୍ରୋଡାଇସିଆକ୍ ଭାବରେ କାମ କରିଥାଏ ।

ରାଜ୍ୟରେ ଗଧ ହତ୍ୟାକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ପ୍ରୟାସ କରୁଛନ୍ତି । ଖବର ଅନୁଯାୟୀ, ରାଜ୍ୟର ପ୍ରକାଶମ୍, କୃଷ୍ଣ, ପଶ୍ଚିମ ଗୋଦାବରୀ ଏବଂ ଗୁଣ୍ଟୁର ଜିଲ୍ଲାରେ ଗଧ ମାଂସ ବହୁଳ ଭାବରେ ବିକ୍ରି ହେବା ସହ ଲୋକମାନେ ଖାଉଛନ୍ତି ।

Donkey-Meat

ରାଜ୍ୟରେ ଗଧସଂଖ୍ୟା ଦୃତ ହାରରେ ହ୍ରାସ ପାଇବାରେ ଲାଗିଛି । ସ୍ଲଟର ହାଉସ୍ ନିୟମ 2001 ଅନୁଯାୟୀ ଗଧ ମାରିବା ନିଷେଧ କରାଯାଇଛି ।

ପଶୁ ଅଧିକାର କର୍ମକର୍ତ୍ତାମାନେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ଗଧ ହତ୍ୟା ରାକେଟ୍ ଚାଲିବା ସହ ଏଥିପାଇଁ କର୍ଣ୍ଣାଟକ, ତାମିଲନାଡୁ ଏବଂ ମହାରାଷ୍ଟ୍ରରୁ ଗଧ ଚାଲାଣ ହେଉଛି । ଏକ କିଲୋଗ୍ରାମ ଗଧ ମାଂସ ପ୍ରାୟ 600 ଟଙ୍କା ରହୁଥିବା ବେଳେ ପଶୁର ମୂଲ୍ୟ ପ୍ରାୟ 15-20,000 ଟଙ୍କା ରହୁଛି । ଗଧ ମାଂସ ଶ୍ୱାସକ୍ରିୟା ଭଳ କରିପାରିବା ସହ ସେକ୍ସ ଡ୍ରାଇଭକୁ ବୃଦ୍ଧି କରୁଥିବା ନେଇ ଲୋକମାନଙ୍କର ଧାରଣା ରହିଥିବାରୁ ଏହା ଲୋକପ୍ରିୟ ହୋଇପାରିଛି ।

ପଶୁ ଅଧିକାର କର୍ମୀଙ୍କ କହିବାନୁସାରେ, ଗଧ ମାଂସ ଖାଇବା ଅଭ୍ୟାସ ପ୍ରକାଶମ ଜିଲ୍ଲାର ଷ୍ଟୁଆର୍ଟପୁରମରୁ ଆରମ୍ଭ ହୋଇଛି, ଯାହାକି ଏକ ସମୟରେ ଚୋର ମାନଙ୍କର କେନ୍ଦ୍ର ସ୍ଥଳୀ ଥିଲା । ସେହି ଚୋର ମାନଙ୍କର ଧାରଣା ଥିଲା ଯେ, ଗଧ ରକ୍ତ ପିଇଲେ ବ୍ୟକ୍ତି ଜୋରରେ ଦୌଡ଼ି ପାରେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Donkey meat in high demand in Andhra over healing, sex drive enhancing claims.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X