ଆରୋଗ୍ୟ ଏବଂ ସେକ୍ସ ଡ୍ରାଇଭ୍ ବୃଦ୍ଧି କରିବା ପାଇଁ ଆନ୍ଧ୍ରରେ ଗଧ ମାଂସର ଚାହିଦା

ଆନ୍ଧ୍ର ପ୍ରଦେଶରେ ଗଧର ମାଂସର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କର ବିଶ୍ୱାସ ରହିଛି ଗଧ ମାସଂ ପିଠି ଯନ୍ତ୍ରଣା ଏବଂ ଆଜମାକୁ ଭଲ କରିବା ସହିତ ଆପ୍ରୋଡାଇସିଆକ୍ ଭାବରେ କାମ କରିଥାଏ ।

ଆନ୍ଧ୍ର ପ୍ରଦେଶରେ ଗଧର ମାଂସର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କର ବିଶ୍ୱାସ ରହିଛି ଗଧ ମାସଂ ପିଠି ଯନ୍ତ୍ରଣା ଏବଂ ଆଜମାକୁ ଭଲ କରିବା ସହିତ ଆପ୍ରୋଡାଇସିଆକ୍ ଭାବରେ କାମ କରିଥାଏ ।

ରାଜ୍ୟରେ ଗଧ ହତ୍ୟାକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ପ୍ରୟାସ କରୁଛନ୍ତି । ଖବର ଅନୁଯାୟୀ, ରାଜ୍ୟର ପ୍ରକାଶମ୍, କୃଷ୍ଣ, ପଶ୍ଚିମ ଗୋଦାବରୀ ଏବଂ ଗୁଣ୍ଟୁର ଜିଲ୍ଲାରେ ଗଧ ମାଂସ ବହୁଳ ଭାବରେ ବିକ୍ରି ହେବା ସହ ଲୋକମାନେ ଖାଉଛନ୍ତି ।

Donkey-Meat

ରାଜ୍ୟରେ ଗଧସଂଖ୍ୟା ଦୃତ ହାରରେ ହ୍ରାସ ପାଇବାରେ ଲାଗିଛି । ସ୍ଲଟର ହାଉସ୍ ନିୟମ 2001 ଅନୁଯାୟୀ ଗଧ ମାରିବା ନିଷେଧ କରାଯାଇଛି ।

ପଶୁ ଅଧିକାର କର୍ମକର୍ତ୍ତାମାନେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ଗଧ ହତ୍ୟା ରାକେଟ୍ ଚାଲିବା ସହ ଏଥିପାଇଁ କର୍ଣ୍ଣାଟକ, ତାମିଲନାଡୁ ଏବଂ ମହାରାଷ୍ଟ୍ରରୁ ଗଧ ଚାଲାଣ ହେଉଛି । ଏକ କିଲୋଗ୍ରାମ ଗଧ ମାଂସ ପ୍ରାୟ 600 ଟଙ୍କା ରହୁଥିବା ବେଳେ ପଶୁର ମୂଲ୍ୟ ପ୍ରାୟ 15-20,000 ଟଙ୍କା ରହୁଛି । ଗଧ ମାଂସ ଶ୍ୱାସକ୍ରିୟା ଭଳ କରିପାରିବା ସହ ସେକ୍ସ ଡ୍ରାଇଭକୁ ବୃଦ୍ଧି କରୁଥିବା ନେଇ ଲୋକମାନଙ୍କର ଧାରଣା ରହିଥିବାରୁ ଏହା ଲୋକପ୍ରିୟ ହୋଇପାରିଛି ।

ପଶୁ ଅଧିକାର କର୍ମୀଙ୍କ କହିବାନୁସାରେ, ଗଧ ମାଂସ ଖାଇବା ଅଭ୍ୟାସ ପ୍ରକାଶମ ଜିଲ୍ଲାର ଷ୍ଟୁଆର୍ଟପୁରମରୁ ଆରମ୍ଭ ହୋଇଛି, ଯାହାକି ଏକ ସମୟରେ ଚୋର ମାନଙ୍କର କେନ୍ଦ୍ର ସ୍ଥଳୀ ଥିଲା । ସେହି ଚୋର ମାନଙ୍କର ଧାରଣା ଥିଲା ଯେ, ଗଧ ରକ୍ତ ପିଇଲେ ବ୍ୟକ୍ତି ଜୋରରେ ଦୌଡ଼ି ପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+