ଭିଆଇପି କଲ୍ଚର ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଡାକ୍ତରଙ୍କ ଚିଠି, କରୋନା ପରୀକ୍ଷଣ ପାଇଁ ଘରକୁ ଡାକୁଛନ୍ତି ନେତା

ସରକାରୀ ଡାକ୍ତରଖାନାର ଡାକ୍ତରମାନଙ୍କୁ ପରୀକ୍ଷା ଏବଂ ଚିକିତ୍ସା ପାଇଁ ରାଜନେତାଙ୍କ ଘରକୁ ଡାକୁଛନ୍ତି । ଡାକ୍ତରମାନେ ମୋଦୀଙ୍କୁ ଲେଖିଥିବା ଚିଠିରେ ଅନେକ ଅଭିଯୋଗ କରିବା ସହ ଡାକ୍ତରମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଦିଲ୍ଲୀ : ସରକାରୀ ଡାକ୍ତରଖାନାରେ ଭିଆଇପି କଲ୍ଚର ବିରୋଧରେ ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡକ୍ଟର ଆସୋସିଏସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ (FAIMA) ଚିଠି ଲେଖିଛି । ଡାକ୍ତରମାନେ ଅଭିଯୋଗ କରିଛନ୍ତି ଯେ ସରକାରୀ ଡାକ୍ତରଖାନାର ଡାକ୍ତରମାନଙ୍କୁ ପରୀକ୍ଷା ଏବଂ ଚିକିତ୍ସା ପାଇଁ ରାଜନେତାଙ୍କ ଘରକୁ ଡାକୁଛନ୍ତି । ଡାକ୍ତରମାନେ ମୋଦୀଙ୍କୁ ଲେଖିଥିବା ଚିଠିରେ ଅନେକ ଅଭିଯୋଗ କରିବା ସହ ଡାକ୍ତରମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

corona-virus

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଡାକ୍ତରମାନେ ଲେଖିଥିବା ଚିଠିରେ କୁହାଯାଇଛି ଯେ, ରାଜନେତାଙ୍କ ଘରେ ଫ୍ରଣ୍ଟଲାଇନ ଡାକ୍ତରଙ୍କ ପାଇଁ କୌଣସି ସୁବିଧା ନାହିଁ । ରାଲିରେ ବୁଲି ପ୍ରଚାର କରୁଥିବା ନେତା ତଥା ତାଙ୍କ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ପ୍ରାଥମିକତା ଦିଆଯାଇଛି । ଏମାନେ ପ୍ରକୃତରେ ରାଲି ମାଧ୍ୟମରେ ଭାଇରସ ବିସ୍ତାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର ସରକାରୀ ଡାକ୍ତରଖାନାଗୁଡ଼ିକରେ ପରୀକ୍ଷା ପାଇଁ ଭିଭିଆଇପି କାଉଣ୍ଟର ରହିଛି, ଯେଉଁଠି ସମସ୍ତ ଦଳର କାର୍ଯ୍ୟକର୍ତ୍ତା ଏବଂ ମନ୍ତ୍ରୀମାନେ ନିଜ ନିଜ କୋଭିଡ ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଡାକ୍ତରଙ୍କ ପରୀକ୍ଷା ପାଇଁ ଅଲଗା କାଉଣ୍ଟର ନାହିଁ । ଏହି ଚିଠିରେ ଦର୍ଶାଯାଇଛି ଯେ ଅଧିକାଂଶ ରାଜନେତା ଡାକ୍ତରମାନଙ୍କୁ ନିଜ ଘରକୁ ଡାକିଥିବାବେଳେ ମେଡିକାଲ ଅଧୀକ୍ଷକଙ୍କଠାରୁ ଏନେଇ କୌଣସି ଆଇନଗତ ଆଦେଶ ପାଇନାହାଁନ୍ତି ।

ଏହି ସମୟରେ, ଗତ ରବିବାର ଦିନ ପ୍ରଥମ ଥର ପାଇଁ ଦିଲ୍ଲୀରେ ଗୋଟିଏ ଦିନରେ 10,000 ରୋଗୀ ଚିହ୍ନଟ ହୋଇଥିଲେ, ଯାହାକି କରୋନା ମହମାରୀ ଆରମ୍ଭ ହେବା ଦିନଟାରୁ ଦୈନିକ ମାତ୍ରାରେ ସର୍ବାଧିକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+