ସହିଦ ହେଉଛନ୍ତି କରୋନା ଯୋଦ୍ଧା : ଦ୍ୱିତୀୟ ଲହରରେ 420 ଡାକ୍ତରଙ୍କର ମୃତ୍ୟୁ
ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ତଥା ଆଇଏମଏ ପକ୍ଷରୁ ଡାକ୍ତରମାନଙ୍କର ମୃତ୍ୟୁଜନିତ ଏକ ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ରିପୋର୍ଟ ଅନୁସାରେ, ଦେଶରେ କରୋନାର ଦ୍ୱିତୀୟ ଲହରରେ ପ୍ରାୟ 420 ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ସଂକ୍ରମଣକୁ ରୋକ ଦେବାକୁ ଏହା ହିଁ ଏକମାତ୍ର ଉପାୟ ଭାବି ବିଭିନ୍ନ ରାଜ୍ୟର ସରକାର ଲକଡାଉନ୍ ଓ ସଟଡାଉନ୍ ଲାଗୁ କରିଛନ୍ତି । ଏହାପରେ ବି ସଂକ୍ରମଣ ହାର କମୁଥିବାବେଳେ ମୃତ୍ୟୁହାର ବୃଦ୍ଧି ପାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । କରୋନାର ଦ୍ୱିତୀୟ ଲହରରେ ବିଭିନ୍ନ ଡାକ୍ତର ଆକ୍ରାନ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ମାତ୍ର ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟାରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ତଥା ଆଇଏମଏ ପକ୍ଷରୁ ଡାକ୍ତରମାନଙ୍କର ମୃତ୍ୟୁଜନିତ ଏକ ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ରିପୋର୍ଟ ଅନୁସାରେ, ଦେଶରେ କରୋନାର ଦ୍ୱିତୀୟ ଲହରରେ ପ୍ରାୟ 420 ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ କେବଳ ଦିଲ୍ଲୀରେ 100 ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି ।
ସୂଚନା ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2 ଲକ୍ଷ 57 ହଜାର 299 ନୁଆ ମାମଲା ସାମନାକୁ ଆସିଛି ଏବଂ 4 ହଜାର 194 ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ସେହିପରି 3 ଲକ୍ଷ 57 ହଜାର 630 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।












Click it and Unblock the Notifications