Get Updates
Get notified of breaking news, exclusive insights, and must-see stories!

ସ୍ତ୍ରୀର ବିଶ୍ୱସନୀୟତା ଜାଣିବା ପାଇଁ ଡିଏନ୍ଏ ଟେଷ୍ଟ ସର୍ବୋତ୍କୃଷ୍ଟ ଉପାୟ : ଆହ୍ଲାବାଦ ହାଇକୋର୍ଟ

'ଛାଡ଼ପତ୍ର ମାମଲାରେ ସ୍ୱାମୀ ସ୍ତ୍ରୀକୁ ଡିଏନ୍ଏ ପରୀକ୍ଷା କରିବାକୁ କହିପାରି କିମ୍ବା ନିଜେ ଡିଏନ୍ଏ ପରୀକ୍ଷା କରିବାକୁ ମନା କରିପାରିବ କି ନାହିଁ ର ଏକ ମାମଲାରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି, ପିଲାର ପ୍ରକୃତ ବାପା ମା ଜାଣିବା ପାଇଁ ଡିଏନ୍ଏ ଟେଷ୍ଟ ସର୍ବୋତ୍କୃଷ୍ଟ ଉପାୟ ଏବଂ ବିଜ୍ଞାନ ସମ୍ମତ |

ପ୍ରୟାଗରାଜ : ସନ୍ତାନସନ୍ତତିଙ୍କର ପ୍ରକୃତ ବାପା ମା ଜାଣିବା ପାଇଁ ଡିଏନ୍ଏ ଟେଷ୍ଟ ସର୍ବୋତ୍କୃଷ୍ଟ ଉପାୟ ଏବଂ ବିଜ୍ଞାନ ସମ୍ମତ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି | ଏଥି ସହିତ ନିଜର ବିଶ୍ୱସନୀୟତା ଜାହିର କରିବା ଉପାୟ ବୋଲି କୋର୍ଟ କହିଛନ୍ତି |

'ଛାଡ଼ପତ୍ର ମାମଲାରେ ସ୍ୱାମୀ ସ୍ତ୍ରୀକୁ ଡିଏନ୍ଏ ପରୀକ୍ଷା କରିବାକୁ କହିପାରି କିମ୍ବା ନିଜେ ଡିଏନ୍ଏ ପରୀକ୍ଷା କରିବାକୁ ମନା କରିପାରିବ କି ?' ର ଶୁଣାଣି ବେଳେ ଏହି ରାୟ ଆସିଛି |

ହିନ୍ଦୁ ମ୍ୟାରେଜ୍ ନିୟମାବଳୀ 1955 ଅନ୍ତର୍ଗତ ସେକ୍ସନ୍ 13 ଅନୁସାରେ ଜଣେ ସ୍ୱାମୀଙ୍କ ଦ୍ୱାରା ଫାଇଲ କରାଯାଇଥିବା ପିଟିସନ୍ କୁ ନେଇ ସ୍ତ୍ରୀ ଶ୍ରୀମତି ନୀଲମ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ | 2018 ମସିହା ସେପ୍ଟେମ୍ବର 22 ତାରିଖରେ ଶ୍ରାମତି ନୀଲମଙ୍କ ଦ୍ୱାରା ଫାଇଲ କରାଯାଇଥିବା ପିଟିସନ୍ ଯାହାକୁ ପାରିବାରିକ କୋର୍ଟ ହାଇକୋର୍ଟକୁ ହସ୍ତାନ୍ତର ପଠାଇଥିଲେ | ଏହାର ଶୁଣାଣି ବେଳେ "ଡିଏନ୍ଏ ପରୀକ୍ଷା ଦ୍ୱାରା ସ୍ତ୍ରୀ ନିଜର ବିଶ୍ୱସନୀୟତା ଜାହିର କରିବା ସହ ଦମ୍ପତିଙ୍କର ସନ୍ତତିଙ୍କର ପ୍ରକୃତ ପିତାମାତା ପ୍ରମାଣ କରିବା ପାଇଁ ସର୍ବୋତ୍କୃଷ୍ଟ ଉପାୟ "ବୋଲି ଜଷ୍ଟିସ୍ ବିବେକ୍ ଅଗ୍ରଓ୍ୱାଲ ରାୟ ଦେଇଛନ୍ତି | ଯଦି ସ୍ତ୍ରୀ ଡିଏନ୍ଏ ପରୀକ୍ଷା ପାଇଁ ରାଜି ହୁଅନ୍ତି, ତେବେ ଡିଏନ୍ଏ ରିପୋର୍ଟ ଅନୁସାରେ ସତ୍ୟତା ଯାଞ୍ଚ କରାଯିବ |

Justice

ଏହା ମଧ୍ୟ କୁହାଯାଇଛି, ଯଦି ସ୍ତ୍ରୀ ଡିଏନ୍ଏ ପରୀକ୍ଷା ପାଇଁ ରାଜି ନ ହୁଅନ୍ତି, ତେବେ କୋର୍ଟ ତାଙ୍କ ବିରୋଧରେ ପ୍ରାକ୍ ଧାରଣା ସୃଷ୍ଟି କରିବ ଯେ ଡିଏନ୍ଏ ପରୀକ୍ଷା ରିପୋର୍ଟ କଣ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏକ ପ୍ରମାଣ ମାତ୍ର କିମ୍ୱା ନିର୍ଣ୍ଣାୟକ କିମ୍ୱା ଏହା ଏକ ବଳିଷ୍ଠ ପ୍ରମାଣ |

ନୀଲମ୍ ଏବଂ ରାମ ଆସ୍ରେଙ୍କ ମଧ୍ୟରେ 2004 ମସିହା ଅପ୍ରେଲ 28 ତାରିଖରେ ବିବାହ ହୋଇଥିଲା | ଏହା ପରେ ସେମାନଙ୍କର ତିନୋଟି କନ୍ୟା ସନ୍ତାନ ଅଛନ୍ତି | ରାମ ଆସ୍ରେଙ୍କ ଜବାବ ଅନୁସାରେ ସେ 2013 ମସିହା ଜାନୁଆରୀ 15 ତାରିଖ ଠାରୁ ନୀଲମଙ୍କ ସହ ରହୁନାହାନ୍ତି | ଏହା ପରେ 2014 ମସିହା ଜୁନ୍ 25 ତାରିଖରେ ଆସ୍ରେ ନୀଲମଙ୍କୁ ଛାଡ଼ପତ୍ର ଦେବା ସହ କ୍ଷତିପୂରଣ ଦେଇଆସୁଛନ୍ତି | ଛାଡ଼ପତ୍ର ପରେ 2016 ମସିହା ଜାନୁଆରୀ 26 ତାରିଖରେ ନୀଲମ ନିଜ ବାପଘରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି |

ଅନ୍ୟ ପକ୍ଷରେ ପିଟିସନର୍ ନୀଲମ୍ ତାଙ୍କ ସ୍ୱାମୀଙ୍କ ଦ୍ୱାରା ହୋଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ 2013 ମସିହା ଜାନୁଆରୀ 15 ପରଠାରୁ ସେମାନଙ୍କ ମଧ୍ୟରେ ସହବାସ ହୋଇନଥିବା ଅଭିଯୋଗକୁ ସ୍ୱୀକାର କରିନାହାନ୍ତି | ସେ ଗର୍ଭବତୀ ଥିବା ସମୟରେ ଆସ୍ରେ ତାଙ୍କୁ ନିର୍ଯ୍ୟାତନା ଦେବା ସହ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି |
ଏଥି ସହିତ ସେ ଏଭିଡେନ୍ସ ଆକ୍ଟର ସେକ୍ସନ 112 ଅନୁସାରେ କହିଛନ୍ତି, ବିବାହ ସମୟରେ ଜନ୍ମିତ ପିଲା ସହବାସର ପ୍ରମାଣ |

ଏହାକୁ ଖାରଜ କରି ଜସ୍ଟିସ୍ ଅଗ୍ରଓ୍ୱାଲ ସୁପ୍ରିମ କୋର୍ଟ ଦ୍ୱାରା ନନ୍ଦଲାଲା ବାସୁଦେବ ବନାମ ଲତା ନନ୍ଦଲାଲାର ଏକ ଶୁଣାଣିକୁ ଉଦାହରଣ ଦେଇଛନ୍ତି | ଯେଉଁଥିରେ ସ୍ୱାମୀଙ୍କ ଅଭିଯୋଗ ଥିଲା ସ୍ତ୍ରୀ ପାଖକୁ ତାଙ୍କୁ ଛଡାଯାଉନଥିଲା | ତେଣୁ ଆପେକ୍ସ କୋର୍ଟ କହିଥିଲେ, ଆମେ କୌଣସି ବ୍ୟକ୍ତିକୁ ପିଲାର ପିତା ହିସାବରେ ଭରଣପୋଷଣ କରିବାକୁ ବାଧ୍ୟ କରିପାରିବୁନି, ଯେହେତୁ ବିଜ୍ଞାନସମ୍ମତ ରିପୋର୍ଟ ପ୍ରତିକୂଳ ରହିଛି |

ତେଣୁ 2018 ମସିହା ସେପ୍ଚେମ୍ବର ମାସ 22 ତାରିଖରେ ହାମିରପୁରର ପାରିବାରିକ କୋର୍ଟଙ୍କ ଦ୍ୱାରା ହସ୍ତାନ୍ତର ହୋଇଥିବା ପିଟିସନ୍ କୁ ଖାରଜ କରିବା ସହ କହିଛନ୍ତି, 'ସତ୍ୟ ସର୍ବଦା ବିଜୟ ହେବ, ଏହା ନ୍ୟାୟିକ ପ୍ରକ୍ରିୟାର ମାନଦଣ୍ଡ | ' ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ 112 ଅନୁଯାୟୀ ଡିଏନ୍ଏ ରିପୋର୍ଟ ପ୍ରାକ୍ ଧାରଣାକୁ ଦୂର କରିବା ପାଇଁ ଯଥେଷ୍ଟ ପ୍ରମାଣ' ବୋଲି କୋର୍ଟ ସଫା ସଫା କହିଦେଇଛନ୍ତି |

ଅକ୍ଟୋହର 21, 2020ରେ କୋର୍ଟ ଏହି ଶୁଣାଣି କରିଥିଲେ |

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+