ଗୀତ ବାଜିଲା ସନ୍ଦେଶେ ଆତେ ହୈ..; କୃଷକ କହିଲେ ବନ୍ଦ କର କଷ୍ଟ ହେଉଛି

ଦିନରାତି ଧରି ପହରା ଦେଉଥିବା ପୁଲିସ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ସିଙ୍ଗୁ ସୀମାରେ ଡିଜେ ଲଗାଯାଇଛି । ଏଥିରେ ବଲିଉଡ ଫିଲ୍ମ ‘ବର୍ଡର'ର ସନ୍ଦେଶେ ଆତେ ହୈ... ଗୀତ ବାଜୁଛି ।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ଆନ୍ଦୋଳନ କରିବା ସହ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଟଳ ରହିଛନ୍ତି । ଜାନୁଆରୀ 26 ରେ ଦିଲ୍ଲୀର ହିଂସା ପରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଆନ୍ଦୋଳନ ସ୍ଥଳରେ ପ୍ରଶାସନ ପକ୍ଷରୁ ବହୁ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।

Farmer- Protest

ଏହି ସମୟରେ ଦିନରାତି ଧରି ପହରା ଦେଉଥିବା ପୁଲିସ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ସିଙ୍ଗୁ ସୀମାରେ ଡିଜେ ଲଗାଯାଇଛି । ଏଥିରେ ବଲିଉଡ ଫିଲ୍ମ 'ବର୍ଡର'ର ସନ୍ଦେଶେ ଆତେ ହୈ... ଗୀତ ବାଜୁଛି । କିନ୍ତୁ କୃଷକମାନେ ଏହି ଗୀତକୁ ବନ୍ଦ କରିବା ପାଇଁ କହିବା ସହ ଏହି ଗୀତ ଶୁଣି କଷ୍ଟ ହେଉଥିବା କହିଛନ୍ତି ।

କୃଷକମାନେ ଡିଜେ ବନ୍ଦ କରିବାକୁ ଦାବି କରିଛନ୍ତି । ତାଙ୍କ କହିବାନୁସାରେ, ଡିଜେ ବଜାଇଲେ ସେମାନଙ୍କୁ ସମସ୍ୟା ହେଉଛି । ଏଥିପାଇଁ କୃଷକମାନେ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ନିଜ ଦାବି ଉପସ୍ଥାପନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+