Get Updates
Get notified of breaking news, exclusive insights, and must-see stories!

ପବିତ୍ର ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଆଜି ଆଲୋକର ପର୍ବ ପବିତ୍ର ଦୀପାବଳି । ଏ ନେଇ ଗାଁରୁ ସହର ସବୁଠି ଉତ୍ସବର ମାହୋଲ । ସାରା ଦେଶରେ ଜଳିବ ଲକ୍ଷ ଲକ୍ଷ ଦୀପ । ମନ୍ଦିର, ଘର, ଅଫିସ, ବ୍ୟବସାୟୀ ପ୍ରତିଷ୍ଠାନାରେ ସବୁଠି ଝଲସିବ ଆଲୋକମାଳା । ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବହୁ ବିଶିଷ୍ଠ ବ୍ୟକ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦି ଟ୍ୱିଟ୍‌ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

diwali

ରାଷ୍ଟ୍ରପତି ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଦୀପାବଳି ଅବସରରେ ମୋ ତରଫରୁ ପୁରା ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କ ସୁଖସମୃଦ୍ଧି ଓ ସୁସ୍ୱାସ୍ଥ୍ୟ କାମନା କରିଛନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି, ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ।

ସେହିପରି ରାଜ୍ୟପାଳ ରଘୁବର ଦାସ ଦୀପାବଳିର ଶୁଭେଛା ଜଣାଇ କହିଛନ୍ତି, ସମସ୍ତଙ୍କ ଜୀବନ ସୁଖସମୃଦ୍ଧି ଓ ସୌଭାଗ୍ୟମୟ ହେଉ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+