6 ମାସ ଅପେକ୍ଷା ନକରି ମଧ୍ୟ ନେଇପାରିବେ ଛାଡପତ୍ର, ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ଛାଡ଼ପତ୍ରକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ କୋର୍ଟ । ଯଦି କୌଣସି ବିବାହରେ ସମନ୍ୱୟ ରହୁନାହିଁ ତେବେ ଏହି ବିବାହକୁ ରଦ୍ଦ କରାଯାଇପାରିବ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟ ଏଥିପାଇଁ ଧାରା 142 ଅନୁଯାୟୀ ଅଧିକାର ବ୍ୟବହାର କରିପାରିବେ ।
ଜଷ୍ଟିସ ସଞ୍ଜୟ କିଶନ କୌଲ, ସଞ୍ଜୀବ ଖାନ୍ନା, ଅଭୟ ଏସ ଓକା, ବିକ୍ରମ ନାଥ ଏବଂ ଜେ.କେ ମାହେଶ୍ୱରୀଙ୍କ ଏକ ବେଞ୍ଚ କହିଛନ୍ତି ଯେ ଛାଡପତ୍ର ପାଇଁ ଆବଶ୍ୟକ 6 ମାସର ସର୍ତ୍ତ ମଧ୍ୟ ବାଧ୍ୟତାମୂଳକ ହେବ ନାହିଁ । ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ସମାଧାନ ପାଇଁ ଦିଆଯାଇଥିବା 6 ମାସର ସର୍ତ୍ତ ମଧ୍ୟ କୋର୍ଟ ଛାଡି ପାରିବେ ।
ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ, ଯେତେବେଳେ କେହି କୋର୍ଟରେ ଛାଡପତ୍ର ଆବେଦନ କରନ୍ତି, ସେତେବେଳେ କୋର୍ଟ ଏହି ଦମ୍ପତିଙ୍କୁ ପାରସ୍ପରିକ ସମନ୍ୱୟ ପାଇଁ 6 ମାସ ସମୟ ଦିଅନ୍ତି, ଯାହା ଦ୍ୱାରା ଏହି ସମୟ ମଧ୍ୟରେ ଉଭୟ ମତଭେଦ ସମାଧାନ କରିପାରିବେ ଏବଂ ବିବାହିତ ରହିପାରିବେ । କିନ୍ତୁ କୋର୍ଟ ବର୍ତ୍ତମାନ ସ୍ପଷ୍ଟ କରିଛନ୍ତି ଯେ ଯଦି ସମ୍ପର୍କ ଭଲ ସ୍ଥିତିରେ ନଥାଏ ତେବେ ଏହି ଅବଧି ପୂର୍ବରୁ ମଧ୍ୟ ଛାଡପତ୍ର ଦିଆଯାଇପାରେ ।
ବେଞ୍ଚ କହିଛି ଯେ ଏହା ଧାରା 142 ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ବିବାହକୁ ରଦ୍ଦ କରିପାରେ ଏବଂ ଛଅ ମାସର ଆବଶ୍ୟକ ସମୟ ପାଇଁ ଅପେକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ । ତଥାପି, ଏଥିପାଇଁ ପାରସ୍ପରିକ ସମ୍ମତି ଆବଶ୍ୟକ ।
ସମ୍ବିଧାନର ଧାରା 142 ଅନୁଯାୟୀ ସୁପ୍ରିମକୋର୍ଟଙ୍କର ସମ୍ପୂର୍ଣ୍ଣ ନ୍ୟାୟ ପାଇଁ ସ୍ୱତନ୍ତ୍ର କ୍ଷମତା ବ୍ୟବହାର କରିବାର ଅଧିକାର ଅଛି । ଏପରି କୌଣସି ମାମଲାରେ କୋର୍ଟ ଏହି ଅଧିକାରକୁ ବ୍ୟବହାର କରିପାରିବେ ଯାହା କୋର୍ଟରେ ବିଚାରାଧୀନ ଅଛି ।
କୋର୍ଟ କହିଛନ୍ତି ଯେ ଯେତେବେଳେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇଯାଇଥାଏ, ଏହାକୁ ଟ୍ରାକକୁ ଫେରାଇ ନିଆଯାଇପାରିବ ନାହିଁ, ତେବେ ଏହି ଆଧାରରେ ବିବାହ ରଦ୍ଦ ହୋଇପାରିବ । କେଉଁ ଆଧାରରେ ବିବାହ ରଦ୍ଦ ହୋଇପାରିବ ସେନେଇ କୋର୍ଟ ତାଙ୍କ ନିଷ୍ପତ୍ତିରେ ଉଲ୍ଲେଖ କରିଛନ୍ତି । ଏହା ସହିତ କୋର୍ଟ ତାଙ୍କ ନିଷ୍ପତ୍ତିରେ ଗୁଜୁରାଣ ପାଇଁ ଆବଶ୍ୟକୀୟ ଟଙ୍କା ଏବଂ ଶିଶୁମାନଙ୍କର ଅଧିକାର ଇତ୍ୟାଦି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications