ସମ୍ପୂର୍ଣ୍ଣ ହେଲା ଲଦାଖର ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର, ପୁରୁଣା ବେସ୍ କୁ ଫେରିଲେ ଭାରତ-ଚୀନ ସେନା
ପୂର୍ବ ଲଦାଖର ଗୋଗ୍ରା ହାଇଟ୍ସ ଅଞ୍ଚଳରେ ଚୀନ୍ ଏବଂ ଭାରତର ସେନା ବାହିନୀ ପ୍ରତ୍ୟାହାର ଶେଷ ହୋଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଏବେ ଠାରୁ ଉଭୟ ଭାରତ ଏବଂ ଚୀନ୍ର ସେନା ସେମାନଙ୍କର ପୁରୁଣା ସ୍ଥାୟୀ ବେସକୁ ଫେରିଛନ୍ତି ।
ନୂଆଦିଲ୍ଲୀ : ପୂର୍ବ ଲଦାଖର ଗୋଗ୍ରା ହାଇଟ୍ସ ଅଞ୍ଚଳରେ ଚୀନ୍ ଏବଂ ଭାରତର ସେନା ବାହିନୀ ପ୍ରତ୍ୟାହାର ଶେଷ ହୋଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଏବେ ଠାରୁ ଉଭୟ ଭାରତ ଏବଂ ଚୀନ୍ର ସେନା ସେମାନଙ୍କର ପୁରୁଣା ସ୍ଥାୟୀ ବେସକୁ ଫେରିଛନ୍ତି । ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଉଭୟ ପକ୍ଷ ଗୋଗ୍ରା ହାଇଟ୍ସ ଅଞ୍ଚଳରୁ ଓହରି ଯାଇଛନ୍ତି ଏବଂ ଗତ ବର୍ଷ ଭାରତ-ଚୀନ୍ ବିବାଦ ପୂର୍ବର ସମାନ ସ୍ଥିତି ରହିଛି ।

ନିକଟରେ ଅନୁଷ୍ଠିତ ଦ୍ୱାଦଶ କର୍ପସ କମାଣ୍ଡର ସ୍ତରୀୟ ବୈଠକରେ ଭାରତ ଏବଂ ଚୀନ୍ ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ କରିଥିଲେ । ଏହି ସମାଧାନ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଶେଷ କରିବ । ଏହି ବୈଠକରେ ଉଭୟ ସୈନ୍ୟବାହିନୀର ପେଟ୍ରୋଲ ପଏଣ୍ଟ 17-ଏ ନିକଟସ୍ଥ ଗୋଗ୍ରା ଅଞ୍ଚଳରୁ ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ କରିବା ପରେ ଉଭୟ ସୈନ୍ୟ ଗତ ସପ୍ତାହରେ ପ୍ରତ୍ୟାହାର ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ।
ଭାରତ-ଚୀନ୍ ସୀମାରେ ଦେଢ ବର୍ଷ ହେଲା ତିକ୍ତତା ଲାଗି ରହିଥିଲା । ଗତ ବର୍ଷ ମେ-ଜୁନ୍ ମାସରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଗତ ବର୍ଷ ଜୁନ୍ ମାସରେ ଗଲୱାନ୍ ଉପତ୍ୟକାରେ ଚୀନ୍ ସୈନିକଙ୍କ ସହ ସଂଘର୍ଷରେ 20 ଜଣ ଭାରତୀୟ ସୈନିକ ମଧ୍ୟ ସହିଦ ହୋଇଥିଲେ । ଏହା ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ହୋଇଥିଲା । ତେବେ ଉଭୟ ଦେଶ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଦିଗରେ ଆଗେଇ ଆସି ସଭା ଆରମ୍ଭ କରିଥିଲେ । ଏକ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ସ୍ତରରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ସହମତି ପ୍ରକାଶ କରିବା ପରେ ଉଭୟ ଦେଶର ସେନା ପ୍ରତ୍ୟାହାର ଆରମ୍ଭ କରିଥିଲେ ।












Click it and Unblock the Notifications