ବାଙ୍ଗାଲୋରରେ ବିଜେପି କାର୍ଯ୍ୟାଳୟରେ "ମନ କି ବାତ" ର ୧୦୦ ତମ ଏପିସୋଡ ଦେଖିଲେ ଧର୍ମେନ୍ଦ୍ର

"ମନ କି ବାତ" ର ୧୦୦ ତମ ଏପିସୋଡ ହେଲା ପ୍ରସାରିତ । ରେଡିଓ ଓ ଦୂରଦର୍ଶନରେ ମନର କଥା କହିଲେ ମୋଦି । ବାଙ୍ଗାଲୋରରେ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର 'ମୋଦିଙ୍କ ମନ୍ କୀ ବାତ୍' କାର୍ଯ୍ୟକ୍ରମର ଐତିହାସିକ ୧୦୦ତମ ଅଧ୍ୟାୟ ଦେଖିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅନନ୍ୟ ପ୍ଲାଟଫର୍ମ କିପରି ସାଧାରଣ ନାଗରିକଙ୍କ ମଧ୍ୟରେ ପ୍ରତିଭାକୁ ଉତ୍ସାହିତ କରୁଛି, ସକରାତ୍ମକତା ବିସ୍ତାର କରିଛି। ସମଗ୍ର ଭାରତକୁ ଏକଜୁଟ କରିବ ସହ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ସାଧାରଣ ନାଗରିକ ପ୍ରେରଣାଦାୟକ କାହାଣୀର ଆଉ ଏକ ପର୍ବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ଅନ୍ତର୍ଭୂକ୍ତ ଆଭିମୁଖ୍ୟ ସହିତ ଏକ ନୂତନ ଦିଗ ଯୋଡିଛନ୍ତି ଏବଂ ସାମାଜିକ ମଙ୍ଗଳ ପାଇଁ ସାମୂହିକ କାର୍ଯ୍ୟ କରିବାର ଏକ ନୂତନ ଦିଗ ଯୋଡିଛନ୍ତି।
ବେଟି ବଚାଓ ବେଟି ପଢ଼ାଓରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି ମନ୍ କି ବାତ୍ରେ । ମନ୍ କୀ ବାତ୍' ଜନ ଆନ୍ଦୋଳନରେ ପରିଣତ ହୋଇଛି, ଏହା ଆପଣମାନେ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କୋଟି କୋଟି ଲୋକଙ୍କ ସହ ଯୋଡ଼ି ହୋଇ ରହିବା ମୋର ଉଦ୍ଦେଶ୍ୟ ଥିଲା । ମୁଁ ଆପଣମାନଙ୍କଠାରୁ ଦୂରରେ ନାହିଁ, ଆପଣମାନଙ୍କ ନିକଟରେ ଅଛି' । ଦେଶର ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ମୁଁ ପ୍ରେରଣା ପାଇଛି । ମନ୍ କୀ ବାତ୍' ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ । ଆମେ ଅନ୍ୟମାନଙ୍କ ଗୁଣକୁ ପ୍ରଶଂସା କରିବା ସହ ତାଙ୍କୁ ଉତ୍ସାହିତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ କୀ ବାତ୍' ମୋ ଭାବନା ଓ କର୍ତ୍ତବ୍ୟ ସହ ଯୋଡ଼ି ହୋଇ ରହିଛି' ବୋଲି ମୋଦୀ କହିଛନ୍ତି।












Click it and Unblock the Notifications