ସୁପ୍ରିମ କୋର୍ଟରେ ଝାଡ଼ଖଣ୍ଡ ବିଚାରପତିଙ୍କ ମୃତ୍ୟୁ ମାମଲା
କୋର୍ଟ ଭିତରେ ତଥା ବାହାରେ ଅନେକ ନ୍ୟାୟିକ ଅଧିକାରୀ ଏବଂ ଆଇନଜୀବୀଙ୍କ ଉପରେ ଆକ୍ରମଣ ମାମଲା ରହିଛି । ବିଚାରପତି ଏବଂ ଆଇନଜୀବୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଗୁରୁତର ସହ ନିଆଯିବା ଆବଶ୍ୟକ ।
ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଧାନବାଦ୍ ଜିଲ୍ଲା ତଥା ସେସନ୍ ଜଜ୍ ଉତ୍କମ ଆନନ୍ଦଙ୍କ ମୃତ୍ୟୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଏନେଇ ଅବଗତ ହୋଇଛନ୍ତି । ବେଞ୍ଚ କହିଛନ୍ତି ଯେ କୋର୍ଟ ଭିତରେ ତଥା ବାହାରେ ଅନେକ ନ୍ୟାୟିକ ଅଧିକାରୀ ଏବଂ ଆଇନଜୀବୀଙ୍କ ଉପରେ ଆକ୍ରମଣ ମାମଲା ରହିଛି । ବିଚାରପତି ଏବଂ ଆଇନଜୀବୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଗୁରୁତର ସହ ନିଆଯିବା ଆବଶ୍ୟକ । ବେଞ୍ଚ କହିଛନ୍ତି ଯେ ଏହି ନ୍ୟାୟାଳୟ ଦେଶରେ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଚାହୁଁଛନ୍ତି ।

ପ୍ରଧାନ ବିଚାରପତି ରମନା ମଧ୍ୟ ଏହି ପ୍ରସଙ୍ଗରେ ଝାଡଖଣ୍ଡ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ସହ କଥା ହୋଇଛନ୍ତି । ଏହି ପ୍ରସଙ୍ଗରେ ଝାଡଖଣ୍ଡ ହାଇକୋର୍ଟ ମଧ୍ୟ ଏହି ଘଟଣାରେ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି ଏବଂପୋଲିସ ଏବଂ ପ୍ରଶାସନର ଅଧିକାରୀମାନଙ୍କୁ ନୋଟିସ ଜାରି କରିଛନ୍ତି ।
ସୂଚନାଯୋଗ୍ୟ, ଧାନବାଦ୍ ଜିଲ୍ଲା ଓ ସେସନ୍ ଜଜ୍ ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଏକ ଅଟୋ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଏହି କାରଣରୁ ସେ ଗୁରୁତର ଆହତ ହୋଇ ପ୍ରାଣ ହରାଇଛନ୍ତି । ଏହି ଘଟଣାର ସିସିଟିଭି ଫୁଟେଜ୍ ପଦାକୁ ଆସିବା ପରେ ସନ୍ଦେହ ଆହୁରି ବଢିଯାଇଥିଲା ଯେ ଏହା ଏକ ଦୁର୍ଘଟଣା ନୁହେଁ ବରଂ ଏକ ଷଡଯନ୍ତ୍ରରେ କରାଯାଇଥିବା ହତ୍ୟା ।
ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଅଟୋ ବିଚାରପତିଙ୍କୁ ଧକ୍କା ଦେଇଥିଲା। ଏହି ସନ୍ଦେହ ଆହୁରି ଗଭୀର ହେଲା ଯେତେବେଳେ ଏହା ଜଣାପଡ଼ିଲା ଜଜ୍ ଉତ୍ତମ ଆନନ୍ଦ ଅନେକ ହାଇ-ପ୍ରୋଫାଇଲ୍ ମାମଲାର ଶୁଣାଣି କରୁଥିଲେ ଏବଂ ତାଙ୍କୁ ଧକ୍କା ଦେଇଥିବା ଅଟୋ ମଧ୍ୟ ଚୋରି ହୋଇଥିଲା ।
ଏହି ମାମଲାରେ ପୋଲିସ ଗିରିଡିହରୁ ଅଟୋକୁ ଜବତ କରିଛି । ପୋଲିସ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି । ଅଟୋ ଡ୍ରାଇଭର ଏବଂ ତାଙ୍କର ଜଣେ ସହଯୋଗୀକୁ ଗିରିଡିହରୁ ଗିରଫ ହୋଇଛନ୍ତି । ଅଟୋ ଡ୍ରାଇଭର ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ଘଟଣାର ଅନୁସନ୍ଧାନ ପାଇଁ ଏକ ଏସଆଇଟି ମଧ୍ୟ ଗଠନ କରାଯାଇଛି । ବୈଷୟିକ ପ୍ରମାଣ ସଂଗ୍ରହ କରିବାକୁ, ଧାନବାଦ ଏସଏସପି ସଞ୍ଜୀବ କୁମାର ସିଟି ଏସପି ରାମକୁମାର ଏବଂ ଏଏସପି ମନୋଜ ସ୍ୱର୍ଗିୟାରୀଙ୍କ ନେତୃତ୍ୱରେ ଅନେକ ଦଳ ଗଠନ କରିଛନ୍ତି ।
ଝାଡଖଣ୍ଡର ଧାନବାଦରେ ଅତିରିକ୍ତ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କ ହତ୍ୟା ମାମଲାରେ ଆମୋଲ ବିନୁକାନ୍ତ ହୋମକର କହିଛନ୍ତି ଯେ ଅନୁସନ୍ଧାନ ସମୟରେ ପ୍ରକାଶ ପାଇଥିବା ତଥ୍ୟ ଏବଂ ସିସିଟିଭି ଫୁଟେଜକୁ ଭିତ୍ତି କରି ଅପରାଧ ସହ ଜଡିତ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି । ଲଖନ କୁମାର ବର୍ମା ଏବଂ ରାହୁଲ ବର୍ମାଙ୍କୁ ଗିରଫ କରାଯାଇଛି ଏବଂ ଅଟୋ ସେମାନଙ୍କ ନିକଟରୁ ଜବତ କରାଯାଇଥିଲା । ସେ ଏହି ଅପରାଧ ସ୍ୱୀକାର କରିଛନ୍ତି ।












Click it and Unblock the Notifications