ଜରୁରୀକାଳୀନ ବ୍ୟବହାର ପାଇଁ ଆଉ ଏକ ଟିକାକୁ ମିଳିଲା ଅନୁମୋଦନ

ଭାରତରେ କରୋନା କହର ବୃଦ୍ଧି ପାଉଥିବା ବେଳେ ଭାରତର ଡ୍ରଗ୍ ରେଗୁଲେଟର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ଜାଏଡସ୍ କ୍ୟାଡିଲା ଦ୍ୱାରା ବିକଶିତ "ଭିରାଫିନ୍" ର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି ।

ନୂଆଦିଲ୍ଲୀ : ଭାରତରେ କରୋନା କହର ବୃଦ୍ଧି ପାଉଥିବା ବେଳେ ଭାରତର ଡ୍ରଗ୍ ରେଗୁଲେଟର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ଜାଏଡସ୍ କ୍ୟାଡିଲା ଦ୍ୱାରା ବିକଶିତ "ଭିରାଫିନ୍" ର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି । ସାଧାରଣ ଲକ୍ଷଣ ଥିବା ବୟସ୍କ ରୋଗୀଙ୍କ ଚିକିତ୍ସାରେ ଏହି ଭିରାଫିନ ବ୍ୟବହୃତ ହୋଇପାରିବ । ଜାଏଡସ୍ କ୍ୟାଡିଲା ନିକଟରେ Pegylated Interferon alpha-2b (ଭିରାଫିନ୍) ର ବ୍ୟବହାର ପାଇଁ DCGI ରୁ ଅନୁମୋଦନ ଲୋଡିଥିଲେ ।

zydus

ଶୁକ୍ରବାର ଦିନ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ଅହମ୍ମଦାବାଦ ସ୍ଥିତ ଡ୍ରଗ୍ ନିର୍ମାତା କମ୍ପାନୀ ଜାଏଡସ୍ କାଡିଲାର 'ଭିରାଫିନ୍'ର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି । ଜାଏଡସ୍ କ୍ୟାଡିଲା ପକ୍ଷରୁ କୁହାଯାଇଛି ଯେ, କୋଭିଡ -19 ସଂକ୍ରମିତ ବୟସ୍କମାନଙ୍କ ଠାରେ ଭିରାଫିନ୍' ଜରୁରୀକାଳୀନ ବ୍ୟବହାର ବହୁତ ସହାୟକ ହେବ । ଡାକ୍ତରଖାନାଗୁଡ଼ିକୁ 'ବିରାଫିନ୍' ଯୋଗାଇ ଦିଆଯିବ ବୋଲି ମଧ୍ୟ ସୂଚନା ଜାଏଜସ୍ ସୂଚନା ଦେଇଛି । ସୂଚନା ମୁତାବକ କମ୍ପାନୀ ଦାବି କରିଛି 91.15 ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି ।

ଏହି ଔଷଧକୁ ମଧ୍ୟମଧରଣର କରୋନା ଲକ୍ଷଣ ଥିବା ଲୋକଙ୍କୁ ଦିଆଯାଇପାରିବ। ଏହାକୁ ବ୍ୟବହାର କରି ସେମାନଙ୍କ ଚିକିତ୍ସା କରାଯିବ। ତେବେ ଭିରାଫିନ୍‌କୁ ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ କରୋନା ଆକ୍ରାନ୍ତଙ୍କୁ ଦିଆଯାଇପାରିବ ବୋଲି ଡିଜିସିଆଇ କହିଛି । କମ୍ପାନୀ ପକ୍ଷରୁ କୁହାଯାଇଛି, ଭିରାଫିନ୍‌ ଡୋଜ୍‌ ନେଉଥିବା କରୋନା ଆକ୍ରାନ୍ତ ସାଧାରଣ ରୋଗୀଙ୍କ ତୁଳନାରେ ଶୀଘ୍ର ସୁସ୍ଥ ହୋଇପାରିବେ । ସେହିପରି ସଂକ୍ରମଣ ଆକ୍ରାନ୍ତଙ୍କ ଶରୀରରେ ମଧ୍ୟ ଅଧିକ କ୍ଷିପ୍ର ଗତିରେ ବ୍ୟାପିବ ନାହିଁ । ହସ୍ପିଟାଲ/ ଇନଷ୍ଟିଚ୍ୟୁସନାଲ ଷ୍ଟେଟଅପ୍‌ରେ ଡାକ୍ତରଙ୍କ ପ୍ରେସକ୍ରିପସନ୍‌ ଜରିଆରେ ହିଁ ଲୋକଙ୍କୁ ଏହି ଔଷଧ ମିଳିବ ।

ଅନୁମତି ପାଇଁ ଆବେଦନ କରିବା ପୂର୍ବରୁ କମ୍ପାନୀ ପକ୍ଷରୁ ଏହି ଔଷଧର ପରୀକ୍ଷା ଦେଶର 20ରୁ 25 ଟି କେନ୍ଦ୍ରରେ ହୋଇଥିଲା । ପରୀକ୍ଷା ବେଳେ ଜଣାପଡ଼ିଛି ଯେ ଭିରାଫିନ ବ୍ୟବହାର କରୁଥିବା ଲୋକଙ୍କୁ ଅତିରିକ୍ତ ଅମ୍ଳଜାନର ବ୍ୟବହାର କରିବାକୁ ପଡ଼ୁନି । ସେହିପରି ଭିରାଫିନ ଡୋଜ୍‌ ନେଉଥିବା ଲୋକଙ୍କ ଶ୍ୱାସନଳୀ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ କରୋନା ସଂକ୍ରମଣ କରିପାରୁ ନାହିଁ ।

କେବଳ କରୋନା ନୁହେଁ, ଅନ୍ୟ ଭାଇରାଲ ସଂକ୍ରମଣ ବିରୋଧରେ ମଧ୍ୟ ଭିରାଫିନ୍‌ତ ଗେମ ଚେଞ୍ଜର ସାବ୍ୟସ୍ତ ହେବ । ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଜଣାପଡ଼ିଛି ଯେ ଭିରାଫିନ ଦ୍ୱାରା ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ 7 ଦିନ ପରେ ନେଗେଟିଭ ଆସୁଛି । ତେଣୁ ଭିରାଫିନ୍‌ ନିଶ୍ଚିତ ଭାବେ ଭାରତର କରୋନା ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କମ୍ପାନୀ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+