Get Updates
Get notified of breaking news, exclusive insights, and must-see stories!

ଦିବ୍ୟାଙ୍ଗ ଶିଶୁଙ୍କୁ ବିମାନରେ ନ ନେବା ଘଟଣା, ଇଣ୍ଡିଗୋ ଉପରେ ଡିଜିସିଏର କାର୍ଯ୍ୟାନୁଷ୍ଠାନ, ଏୟାରଲାଇନ୍ସ ଗଣିବ 5 ଲକ୍ଷ ଜରିମାନା

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋ ଏୟାରଲାଇନ୍ସ ଉପରେ 5 ଲକ୍ଷ ଟଙ୍କା ଜୋରିମାନା ଲଗାଇଛି । 7 ମେ ର ଘଟଣା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡିଜିସିଏ ଜଣେ ଦିବ୍ୟାଙ୍ଗ ଶିଶୁଙ୍କୁ ଝାଡ଼ଖଣ୍ଡର ରାଞ୍ଚି

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋ ଏୟାରଲାଇନ୍ସ ଉପରେ 5 ଲକ୍ଷ ଟଙ୍କା ଜୋରିମାନା ଲଗାଇଛି । 7 ମେ ର ଘଟଣା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡିଜିସିଏ ଜଣେ ଦିବ୍ୟାଙ୍ଗ ଶିଶୁଙ୍କୁ ଝାଡ଼ଖଣ୍ଡର ରାଞ୍ଚି ବିମାନ ବନ୍ଦରରେ ବିମାନରେ ଚଢିବା ପାଇଁ ରୋକିବାରୁ ଜରିମାନା ଲଗାଇଛି । ଡିଜିସିଏ ସମଗ୍ର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ବିମାନ କମ୍ପାନୀକୁ ଏହି ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିବାକୁ କହିଥିଲା ।

indigo

ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ 5 ଲକ୍ଷ ଟଙ୍କା ଜୋରିମାନା ଲଗାଇଛି । ଡିଜିସିଏ ଏୟାରଲାଇନ୍ସକୁ ତାଗିଦ କରି କହିଛି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ଇଣ୍ଡିଗୋ କର୍ମଚାରୀ ଦିବ୍ୟାଙ୍ଗ ଶିଶୁଙ୍କ ସହ ଖରାପ ବ୍ୟବହାର କରିଥିଲେ, ଯେଉଁଥିପାଇଁ ମାମଲା ବଢି ଯାଇଥିଲା ।

ଡିଜିସିଏ ଏକ ବିବୃତ୍ତିରେ କହିଛି ଯେ ସ୍ୱତନ୍ତ୍ର ପରିସ୍ଥିତିରେ ଅସାଧାରଣ ପଦକ୍ଷେପ ଆବଶ୍ୟକ, କିନ୍ତୁ ବିମାନ ଚଳାଚଳ କର୍ମଚାରୀମାନେ ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ନିୟମାବଳୀ) ର ପ୍ରତିବଦ୍ଧତାକୁ ପାଳନ କରି ପାରି ନାହିଁ ଏବଂ ଏହାକୁ ଦୃଷ୍ଟିରେ ରଖି ଡିଜିସିଏ 5 ଲକ୍ଷ ଟଙ୍କା ଲାଗୁ କରିଛି । କମ୍ପାନୀ ଉପରେ 5 ଲକ୍ଷ ଟଙ୍କା ଜୋରିମାନା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ନିୟାମକ କହିଛନ୍ତି ଯେ ଏଭଳି ପରିସ୍ଥିତିକୁ ରୋକିବା ପାଇଁ ଏହା ଏହାର ନିୟମକୁ ପୁନର୍ବିଚାର କରିବ ଏବଂ ଆବଶ୍ୟକ ପରିବର୍ତ୍ତନ ଆଣିବ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ ଯେତେବେଳେ ମେ 7 ସ୍ୱାଭାବିକ ଆଚରଣ ଦେଖାଉ ନ ଥିବା ହେତୁ ଜଣେ ଭିନ୍ନକ୍ଷମ ପିଲା ଓ ତା'ର ପିତାମାତାଙ୍କୁ ରାଞ୍ଚି ବିମାନ ବନ୍ଦରରେ ଥିବା 'ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌'ର ଜଣେ ପ୍ରତିନିଧି ବିମାନରେ ଯିବାକୁ ଅନୁମତି ଦେଇ ନ ଥିଲେ । ଉକ୍ତ ପରିବାର ଏବଂ ଅନ୍ୟ ଯାତ୍ରୀମାନେ ଆପତ୍ତି କରିବାରୁ ପ୍ରତିନିଧିଜଣକ ପାଟିତୁଣ୍ଡ କରିଥିଲେ । ସହଯାତ୍ରୀମାନଙ୍କ କହିବା ଅନୁସାରେ, ଉକ୍ତ ବିମାନରେ ଡାକ୍ତରମାନେ ବି ଯାଉଥିଲେ । ଅସୁବିଧା ହେଲେ ସାହାଯ୍ୟ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, ବିମାନଟି ଭିନ୍ନକ୍ଷମ ପିଲା ଓ ତା'ର ଅଭିଭାବକଙ୍କୁ ନ ନେଇ ହାଇଦ୍ରାବାଦ ଅଭିମୁଖେ ଚାଲିଯାଇଥିଲା । ଏହି ଘଟଣା ବାବଦରେ ସୋସାଲ ମିଡିଆରେ ଭାଇରାଲ ହେବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ‌ଜ୍ୟୋତିରାଦିତ୍ୟା ସିନ୍ଧିଆ କହିଥିଲେ ଯେ ଏୟାର୍‌ଲାଇନ୍‌ କର୍ମଚାରୀମାନଙ୍କର ଏପରି ଦୁର୍ବ୍ୟବହାର ପାଇଁ କଠୋର ଶାସ୍ତି ବ୍ୟବସ୍ଥା ରହିଛି । କୌଣସି ଲୋକଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର କରାଯିବା ଅନୁଚିତ। ଏହା ପରେ ଡ଼ିଜିସିଏ ତଦନ୍ତ କରି ଆଜି ଏହି କାର୍ଯ୍ୟାନୁଷ୍ଠାନ ନେଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+