Get Updates
Get notified of breaking news, exclusive insights, and must-see stories!

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିବା ମାମଲା, ଏୟାର ଇଣ୍ଡିଆକୁ 30 ଲକ୍ଷ ଟଙ୍କାର ଜରିମାନା

ବିମାନରେ ବୃଦ୍ଧାଙ୍କ ଉପରେ ମଦ୍ୟପ ବ୍ୟକ୍ତି ପରିସ୍ରା କରିବା ମାମଲାରେ ଡିଜିସିଏ ଏୟାର ଇଣ୍ଡିଆକୁ 30 ଲକ୍ଷ ଟଙ୍କା ଜରିମାନା କରିଛି । ‘ପାଇଲଟ୍‌-ଇନ୍‌-କମାଣ୍ଡ୍‌'ଙ୍କୁ ମଧ୍ୟ ତିନି ମାସ ପାଇଁ ନିଲମ୍ବିତ କରାଯାଇଛି ।

air india

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ବୃଦ୍ଧାଙ୍କ ଉପରେ ମଦ୍ୟପ ବ୍ୟକ୍ତି ପରିସ୍ରା କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ । ଏହି ମାମଲାରେ ଏୟାର ଇଣ୍ଡିଆ ଅବହେଳା କରିଥିବା କୁହାଯାଇଛି । ଏପରିକି ଏୟାର ଇଣ୍ଡିଆ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ କହିଛି ଡିଜିସିଏ । ଏହା ପରେ ଡିଜିସିଏ ଏୟାର ଇଣ୍ଡିଆକୁ 30 ଲକ୍ଷ ଟଙଅକା ଜରିମାନା କରିଛି ।

ଏହି ଘଟଣା ପରେ 'ପାଇଲଟ୍‌-ଇନ୍‌-କମାଣ୍ଡ୍‌'ଙ୍କୁ ମଧ୍ୟ ତିନି ମାସ ପାଇଁ ନିଲମ୍ବିତ କରାଯାଇଛି । ସରକାରଙ୍କ ଅନୁମୋଦିତ ନିୟମାବଳୀ ପାଳନ କରିବାରେ ଅବହେଳା କରିଥିବାରୁ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ନାହିଁ ଏୟାର୍‌ ଇଣ୍ଡିଆର 'ଡାଇରେକ୍ଟର୍‌-ଇନ୍‌-ଫ୍ଲାଇଟ୍‌ ସର୍ଭିସେସ୍‌'ର ଆକାଉଣ୍ଟେବଲ୍‌ ମ୍ୟାନେଜର୍‌, ସମସ୍ତ ପାଇଲଟ୍‌ ଏବଂ କେବିନ୍‌ କ୍ରୁ' ମେମ୍ବର୍‌ମାନଙ୍କୁ 'ଡିଜିସିଏ' କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା ।
ଏୟାର୍‌ ଇଣ୍ଡିଆ ଓ ଏହି ଘଟଣା‌ରେ ସମ୍ପୃକ୍ତ ଥିବା କର୍ମଚାରୀମାନେ ଦେଇଥିବା ଜବାବକୁ 'ଡିଜିସିଏ' ସମୀକ୍ଷା କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏଥି ସହିତ ଏହି ମାମଲାରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ଚାରିମାସ ପାଇଁ ଏୟାର ଇଣ୍ଡିଆରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ବିବାଦ ସାମ୍ନାକୁ ଆସିବା ପରେ କମ୍ପାନୀ ଶଙ୍କର ମିଶ୍ରଙ୍କୁ ଚାକିରିରୁ ବରଖାସ୍ତ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+