Get Updates
Get notified of breaking news, exclusive insights, and must-see stories!

55 ଯାତ୍ରୀଙ୍କୁ ଛାଡି ଉଡ଼ାଣ ଭରିଥିବା ମାମଲା, Go First ଏୟାରଲାଇନ୍ସକୁ 10 ଲକ୍ଷର ଜରିମାନା

Go First ଏୟାରଲାଇନ୍ସ ଉପରେ 10 ଲକ୍ଷ ଟଙ୍କା ଜରିମାନା ଲଗାଇଛି ଡିଜିସିଏ । ଯାତ୍ରୀଙ୍କୁ ଛାଡ଼ି ବିମାନ ଉଡ଼ାଣ ଭରିଥିବା ଘଟଣାରେ ଡିଜିସିଏ ଏହି ପଦକ୍ଷେପ ନେଇଛି ।

go first

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିଭିନ୍ନ ବିମାନ ସେବାକାରୀ କମ୍ପାନୀର ଅବହେଳା ଖବର ସାମ୍ନାକୁ ଆସୁଛି । ବିମାନରେ ମଦ୍ୟପଙ୍କ ଉପଦ୍ରବ ହେଉ ଅବା ଯାତ୍ରୀଙ୍କୁ ଛାଡ଼ି ବିମାନ ଉଡ଼ାଣ ଭରିବା ଖବର ବାରମ୍ବାର ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Go First ଏୟାରଲାଇନ୍ସ ଉପରେ 10 ଲକ୍ଷ ଟଙ୍କା ଜରିମାନା ଲଗାଇଛି ଡିଜିସିଏ । ଯାତ୍ରୀଙ୍କୁ ଛାଡ଼ି ବିମାନ ଉଡ଼ାଣ ଭରିଥିବା ଘଟଣାରେ ଡିଜିସିଏ ଏହି ପଦକ୍ଷେପ ନେଇଛି । ଜାନୁଆରୀ 9 ରେ ବିମାନ ବନ୍ଦରରେ 55 ଯାତ୍ରୀଙ୍କୁ ଛାଡ଼ି ଗୋ ଫାଷ୍ଟ ବିମାନ ଉଡ଼ାଣ ଭରିଥିଲା । ବିମାନଟି ବାଙ୍ଗାଲୋରରୁ ଦିଲ୍ଲୀ ଯାଉଥିଲା । ଏହି ଘଟଣାର ଅବଗତ ହୋଇ ବିମାନ ନିୟାମକ ଡିଜିସିଏ ବିମାନ ସେବା ପକ୍ଷରୁ ରିପୋର୍ଟ ମାଗିଥିଲେ ।

ଏହା ପରେ ବର୍ତ୍ତମାନ ବିମାନ କମ୍ପାନୀ ବିରୋଧରେ ଏହି କଠୋର ନିଷ୍ପତ୍ତି ନିଆଯାଇଛି । ଡିଜିସିଏ ସୂଚନା ଦେଇଛି ଯେ 09 ଜାନୁୟାରୀରେ ଏକ ଘଟଣା ଘଟିଥିଲା ଯେଉଁଥିରେ ବାଙ୍ଗାଲୋର-ଦିଲ୍ଲୀ ସେକ୍ଟରରେ GoFirst ବିମାନ G8-116 ବାଙ୍ଗାଲୋର ବିମାନ ବନ୍ଦରରେ 55 ଯାତ୍ରୀଙ୍କୁ ଛାଡି ଚାଲିଯାଇଥିଲା । ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ନୁହେଁ ସେନେଇ ଡିଜିସିଏ ଗୋ ଫାଷ୍ଟ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ।

ଡିଜିସିଏ ଆହୁରି ମଧ୍ୟ କହିଛି ଯେ GoFirst ଜାନୁଆରୀ 25 ରେ ଏହାର ଜବାବ ଦେଇଛି ଏବଂ ଏହାର ଯାଞ୍ଚ କରାଯାଇଛି । ଉତ୍ତରରେ ଦର୍ଶାଯାଇଛି ଯେ ବିମାନରେ ଯାତ୍ରୀଙ୍କ ବୋର୍ଡିଂ ବିଷୟରେ ଟର୍ମିନାଲ୍ ସଂଯୋଜକ (ଟିସି), ବାଣିଜ୍ୟିକ କର୍ମଚାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ କୌଣସି ଉପଯୁକ୍ତ ଯୋଗାଯୋଗ ଏବଂ ସମନ୍ୱୟ ନାହିଁ । ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ସୂଚନା ଦେଇଛି ଯେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ, ଲୋଡ୍ ଏବଂ ଟ୍ରିମ୍ ସିଟ୍ ପ୍ରସ୍ତୁତି, ଫ୍ଲାଇଟ୍ ପଠାଇବା ଏବଂ ଯାତ୍ରୀ / ମାଲ ପରିବହନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବାରେ ବିଫଳ ହୋଇଛି, ତେଣୁ 10 ଲକ୍ଷ ଟଙ୍କା ଜରିମାନା ଆକାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+