ଏୟାର ଇଣ୍ଡିଆକୁ ପୁଣି 10 ଲକ୍ଷ ଟଙ୍କା ଜରିମାନା, ବିମାନରେ ଧୂମପାନ କରୁଥିବା ଯାତ୍ରୀଙ୍କ ଦେଇନଥିଲା ସୂଚନା
6 ଡିସେମ୍ବର 2022 ରେ ପ୍ୟାରିସରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା AI-142 ବିମାନରେ ଯାତ୍ରୀଙ୍କ ଅଶୋଭନୀୟ ଆଚରଣର ଖବର ଦେଇ ନଥିବାରୁ ଡିଜିସିଆଇ ଏୟାର ଇଣ୍ଡିଆ ଉପରେ 10 ଲକ୍ଷ ଟଙ୍କା ଜୋରିମାନା ଲଗାଇଛି ।

ଗତ କିଛି ଦିନ ହେବ ଏୟାର ଇଣ୍ଡିଆ ଚର୍ଚ୍ଚାରେ ରହିଆସୁଛି । ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ପରଠାରୁ ଏୟାର ଇଣ୍ଡିଆ ଖବରରେ ରହିଛି । ବର୍ତ୍ତମାନ ବିମାନ ସେବାର ଆଉ ଏକ ଗୁରୁତର ଅବହେଳା ମଧ୍ୟ ସାମ୍ନାକୁ ଆସିଛି । ଏଥିଲାଗି ଡିଜିସିଏ ଏହା ଉପରେ 10 ଲକ୍ଷ ଟଙ୍କା ଜରିମାନା କରିଛି ।
ଜଣେ ଯାତ୍ରୀଙ୍କ ସୂଚନା ଲୁଚାଇଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
6 ଡିସେମ୍ବର 2022 ରେ ପ୍ୟାରିସରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା AI-142 ବିମାନରେ ଯାତ୍ରୀଙ୍କ ଅଶୋଭନୀୟ ଆଚରଣର ଖବର ଦେଇ ନଥିବାରୁ ଡିଜିସିଆଇ ଏୟାର ଇଣ୍ଡିଆ ଉପରେ 10 ଲକ୍ଷ ଟଙ୍କା ଜୋରିମାନା ଲଗାଇଛି । ଡିଜିସିଏ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ବିମାନରେ ଥିବା ଜଣେ ଯାତ୍ରୀ ବାଥରୁମରେ ଧୂମପାନ କରୁଥିବା ବେଳେ କ୍ରୁ ସଦସ୍ୟଙ୍କ ନିର୍ଦ୍ଦେଶ ପାଳନ କରୁନଥିଲେ ।
ଡିଜିସିଏ ଅନୁଯାୟୀ, ଏହି ଘଟଣାରେ ଜଣେ ଯାତ୍ରୀ ଶୌଚାଳୟରେ ଧୂମପାନ କରିଥିଲେ । କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ ଏବଂ ଅନ୍ୟ ଦୁଇ ସହ ଯାତ୍ରୀଙ୍କ କମ୍ବଳ ନେଇଯାଇଥିଲେ ।
ଜାନୁୟାରୀ 5 ରେ ଏ ନେି ଡିଜିସିଏ ସୂଚନା ପାଇବା ପରେ ଏୟାର ଇଣ୍ଡିଆର ମ୍ୟାନେଜରଙ୍କୁ 'କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଜାନୁଆରୀ 23 ରେ ବିମାନ କମ୍ପାନୀ ଏହାର ଉତ୍ତର ଦାଖଲ କରିବା ପରେ ଏହି ଜରିମାନା କରାଯାଇଛି ।
ଏହା ପୂରବ୍ରୁ ବିମାନରେ ଜଣେ ବୃଦ୍ଧାଙ୍କ ଉପରେ ଜଣେ ମଦ୍ୟପ ପରିସ୍ରା କରିବା ଅଭିଯୋଗ ହେବା ପରେ ମଧ୍ୟ ଡିଜିସିଏ ଏୟାର ଇଣ୍ଡିଆ ଉପରେ 10 ଲକ୍ଷ ଟଙ୍କା ଜରିମାନା କରିଥିଲା ।

Click it and Unblock the Notifications