ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ 31 ମେ ପର୍ଯ୍ୟନ୍ତ ପ୍ରତିବନ୍ଧକ
ଡିଜିସିଏ ଦ୍ୱାରା ଏହି ଘୋଷଣା ପରେ ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ। ସୂଚନା ଥାଉ କି କରୋନା ମହାମାରୀ ହେତୁ ଗତ ବର୍ଷ ମାର୍ଚ୍ଚରେ ଅନ୍ତର୍ଜାତୀୟ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସ ମହାମାରୀ ହେତୁ ପ୍ରତିଦିନ ତିନି ହଜାରରୁ ଅଧିକ ଲୋକ ପ୍ରାଣ ହରାଉଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା 30 ଲକ୍ଷ ଅତିକ୍ରମ କରିଛି । କରୋନା ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ଏବଂ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି, କିନ୍ତୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଆସୁଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକକୁ 31 ମେ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଡିଜିସିଏ ଦ୍ୱାରା ଏହି ଘୋଷଣା ପରେ ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ। ସୂଚନା ଥାଉ କି କରୋନା ମହାମାରୀ ହେତୁ ଗତ ବର୍ଷ ମାର୍ଚ୍ଚରେ ଅନ୍ତର୍ଜାତୀୟ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ତେବେ ଆବଶ୍ୟକ ସମୟରେ ଭାରତ କିଛି ଦେଶ ପାଇଁ ସ୍ୱତନ୍ତ୍ର ବିମାନ ଆରମ୍ଭ କରିଥିଲା । ବର୍ତ୍ତମାନ କରୋନା ଭାଇରସ ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ସିଭିଲ୍ ଆଭିଏସନ୍ ଡାଇରେକ୍ଟୋରେଟ୍ ଜେନେରାଲ୍ (DGCA) ସମସ୍ତ ଦେଶରୁ ଆସୁଥିବା ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛି । ଡିଜିସିଏ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ, ଯଦି ଆବଶ୍ୟକ ହୁଏ ତେବେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ କିଛି ଅନ୍ତର୍ଜାତୀୟ ମାର୍ଗରେ ବିମାନ ସେବା ଆରମ୍ଭ ହେବ ।
ଏହାପୂର୍ବରୁ, କରୋନା ବିସ୍ତାରକୁ ଦୃଷ୍ଟିରେ ରଖି ଡିଜିସିଏ 30 ଏପ୍ରିଲ 2021 ପର୍ଯ୍ୟନ୍ତ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଯାହା ବର୍ତ୍ତମାନ 31 ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଘରୋଇ ବିମାନ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ମେ 2020 ରୁ କୋଭିଡ ପ୍ରୋଟୋକଲ ସହିତ ଘରୋଇ ବିମାନ ଚଳାଚଳ କରୁଛି ।












Click it and Unblock the Notifications