ଅନ୍ତର୍ଜାତୀୟ ବେସାମରିକ ଉଡାଣ ଉପରେ ଅଗଷ୍ଟ 31 ଯାଏଁ କଟକଣା ବୃଦ୍ଧି
କରୋନା ଭାଇରସ୍ ମହାମାରୀ ଯୋଗୁଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଭାରତରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ନୂଆଦିଲ୍ଲୀ : କରୋନା ଭାଇରସ୍ ମହାମାରୀ ଯୋଗୁଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଭାରତରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଡିଜିସିଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଅଗଷ୍ଟ 31 ତାରିଖ ରାତି 11.59 ଯାଏଁ ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ଏହି ନିୟମ ପରିବହନ ବିମାନ ଗୁଡ଼ିକ ଉପରେ ଲାଗୁ ହେବନି । ସେହିପରି ଜରୁରୀ ଓ ସ୍ୱତନ୍ତ୍ର ଅନୁମତିକ୍ରମେ ମଧ୍ୟ ଏହି ବ୍ୟାନ୍ ଅବଧି ମଧ୍ୟରେ ଭାରତକୁ ଓ ଭାରତରୁ ବିମାନ ଉଡ଼ି ପାରିବ ।

ସେହିପରି ମନୋନୀତ ଦେଶଗୁଡିକ ସହିତ ଦ୍ୱିପାକ୍ଷିକ ଏୟାର ବବଲ ଚୁକ୍ତିନାମା ଅନୁଯାୟୀ ଚାଲୁଥିବା ବିମାନଗୁଡ଼ିକ ଜାରି ରହିବ । ସୂଚନା ଥାଉ କି ଗତ ବର୍ଷ ଦେଶବ୍ୟାପୀ ଲକଡାଉନ ହେବା ପରଠାରୁ ଆନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି ।
କିନ୍ତୁ ମେ 2020 ଠାରୁ ବନ୍ଦେ ଭାରତ ମିଶନ ଅଧୀନରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରୁଛି । ବିଦେଶରେ ଫସିରହିଥିବା ଯାତ୍ରୀଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଆରମ୍ଭ କରାଯାଇଥିଲା ଏବଂ ଅନେକ ଦେଶ ସହିତ ଏୟାର ବବଲ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରାଯାଇଥିଲା ।
ସେହିପରି ଡ଼ିଜିସିଏ ପକ୍ଷରୁ କୁହାଯାଇଛି ଯେ ସମସ୍ତ ବିମାନବନ୍ଦର ଅପରେଟରଙ୍କୁ କଡା ଯାଞ୍ଚ କରିବାକୁ କୁହାଯାଇଛି । ଲୋକମାନେ ସଠିକ ଭାବରେ ମାସ୍କ ପିନ୍ଧୁଛନ୍ତି ନା ନାହିଁ ସେ ଉପରେ ନଜାର ରଖିବାକୁ କୁହାଯାଇଛି । ଏହା ସହ ବିମାନବନ୍ଦର ପରିସରରେ ମଧ୍ୟ ଶାରୀରିକ ଦୂରତା ବଜାୟ ରଖିବାକୁ ପଡ଼ିବ ।












Click it and Unblock the Notifications