ସ୍ପାଇସଜେଟ୍ ର 90 ପାଇଲଟଙ୍କୁ ବୋଇଙ୍ଗ ମ୍ୟାକ୍ସ ଉଡାଇବାରେ ଡିଜିସିଏର ପ୍ରତିବନ୍ଧକ
ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (DGCA) ସ୍ପାଇସଜେଟ୍ ର 90 ପାଇଲଟଙ୍କୁ ବୋଇଙ୍ଗ 737 MAX ଉଡ଼ାଣ ପାଇଁ ଅଯୋଗ୍ୟ ଘୋଷଣା କରିଛି ।
ନୂଆଦିଲ୍ଲୀ : ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (DGCA) ସ୍ପାଇସଜେଟ୍ ର 90 ପାଇଲଟଙ୍କୁ ବୋଇଙ୍ଗ 737 MAX ଉଡ଼ାଣ ପାଇଁ ଅଯୋଗ୍ୟ ଘୋଷଣା କରିଛି । ଡିଜିସିଏ ଏହି ପାଇଲଟମାନଙ୍କୁ ବୋଇଙ୍ଗ 737 ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ପାଇଲଟମାନଙ୍କୁ ପରବର୍ତ୍ତୀ ରାଉଣ୍ଡ ଟ୍ରେନିଂ ପର୍ଯ୍ୟନ୍ତ ବୋଇଙ୍ଗ 737 ଉଡ଼ାଣ ଉପରେ ବାରଣ କରାଯାଇଛି ।

ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି ଯେ ବର୍ତ୍ତମାନ ଆମେ ଏହି ପାଇଲଟମାନଙ୍କୁ ମ୍ୟାକ୍ସ ଉଡ଼ାଣ ଉପରେ ବାରଣ କରିଛୁ, ଏହି ଲୋକଙ୍କୁ ବର୍ତ୍ତମାନ ବିମାନ ଉଡ଼ାଣ ପାଇଁ ତାଲିମକୁ ସଫଳତାର ସହ ଶେଷ କରିବାକୁ ପଡିବ । କେବଳ ଏତିକି ନୁହେଁ, ଯଦି ଏହି ପ୍ରସଙ୍ଗରେ କୌଣସି ପ୍ରକାରର ଅବହେଳା ସାମ୍ନାକୁ ଆସେ, ତେବେ ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଡିଜିସିଏ ମୁଖ୍ୟ କହିଛନ୍ତି ।












Click it and Unblock the Notifications