ବିମାନ ବନ୍ଦରରେ ଅମାନିଆଙ୍କୁ ଲାଗିବ ଫାଇନ୍, ତିମିମାସ ଯାଏଁ ବିମାନଯାତ୍ରାରେ ହେବେ ବାରଣ : ନିର୍ଦ୍ଦେଶ ଦେଲେ DGCA

ନିୟମ କଡ଼ାକଡ଼ି ପାଳନ ପାଇଁ କଡ଼ା ପଦକ୍ଷେପ ନେବା ସହ ଅମାନିୟଙ୍କ ବିରୋଧରେ ସ୍ଥାନୀୟ ପୋଲିସ ସହଯୋଗରେ ଫାଇନ ଆଦ୍ୟାୟ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି ।

ନୂଆଦିଲ୍ଲୀ : ବିମାନ ବନ୍ଦରରେ କୋଭିଡ୍ ନିୟମ ପାଳନ ହେଉନଥିବା ନେଇ DGCA ପରିଲକ୍ଷିତ କରିଛି । ଏହାକୁ ନେଇ DGCA ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ କଡ଼ାକଡ଼ି ପାଳନ କରିବାକୁ ନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ତାଗିଦ କରିଛି DGCA । ନିୟମ କଡ଼ାକଡ଼ି ପାଳନ ନକଲେ ସ୍ଥାନୀୟ ପୋଲିସ ସହାୟତାରେ ନିୟମ ଉଲଙ୍ଘନକାରୀଙ୍କ ଠାରୁ ଫାଇନ୍ ଆଦାୟ କରିବା ନେଇ ନିର୍ଦ୍ଦେଶ ଦେଇଛି DGCA ।

Airport

DGCA ନିର୍ଦ୍ଦେଶନେଇ ଏକ ଚିଠିରେ ଲେଖିଛନ୍ତି କେତେକ ବିମାନ ବନ୍ଦରରେ କୋଭିଡ୍ ପାଳନ ହେଉନଥିବା ନେଇ ଦେଖିବାକୁ ମିଳିଛି । ଯାତ୍ରୀମାନେ ବିମାନ ବନ୍ଦରରେ ସଠିକ୍ ଭାବେ ନାକ ଓ ମୁହଁ ଘୋଡ଼ାଇ ମାସ୍କ ନପିନ୍ଧିବା ସହ ସାମାଜିକ ଦୂରତା ଭଳି ଗାଇଡଲାଇନ ପାଳନ କରୁନାହାଁନ୍ତି । ଯାହାକି ଗ୍ରହଣୀୟ ନୁହେଁ ।

ବିମାନବନ୍ଦରରେ କୋବିଡ଼ ନିୟମ ଠିକ ପାଳନ ହେଉନଥିବା ପରିଲକ୍ଷିତ କରିଛି DGCA। ଯାହାକୁ ନେଇ DGCA ଅସନ୍ତୋଷ ପ୍ରକାଶ କରିଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ଏୟାରପୋର୍ଟ ଅଥରୀଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ଓ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡିକୁ ତାଗିଦ କରିଛି DGCA। ନିୟମ କଡ଼ାକଡ଼ି ପାଳନ ପାଇଁ କଡ଼ା ପଦକ୍ଷେପ ନେବା ସହ ଅମାନିୟଙ୍କ ବିରୋଧରେ ସ୍ଥାନୀୟ ପୋଲିସ ସହଯୋଗରେ ଫାଇନ ଆଦ୍ୟାୟ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ନିୟମ ଖିଲାପକାରୀଙ୍କୁ ବିମାନରୁ ଓହ୍ଲାଇଦେବା ସହ ସେମାନଙ୍କୁ ଅତିମକମରେ ତିନିମାସପାଇଁ ବିମାନ ଉଡ଼ାଣ ବାରଣ କରିବା ନେଇ ଦଣ୍ଡିତ କରିପାରିବେ ।

ମଙ୍ଗଳବାର ଦିନ ଜାରି କରାଯାଇଥିବା ଏକ ସର୍କୁଲାରରେ ନିୟାମକ କହିଛନ୍ତି ଯେ କିଛି ବିମାନବନ୍ଦରର ତଦାରଖ ସମୟରେ ଏହା ଲକ୍ଷ୍ୟ କରାଯାଇଛି ଯେ (କୋଭିଡ -19 ପ୍ରୋଟୋକଲଗୁଡିକ) ପାଳନ କରିବା ସନ୍ତୋଷଜନକ ନୁହେଁ ।

ତେଣୁ ସମସ୍ତ ବିମାନବନ୍ଦର ଅପରେଟରମାନଙ୍କୁ ଅନୁରୋଧ କରାଯାଇଛି ଯେ କୋଭିଡ -19 ପ୍ରୋଟୋକଲ ଅନୁସାରେ ନାକ ଏବଂ ପାଟି ଆଚ୍ଛାଦନ କରି ମାସ୍କ ପିନ୍ଧିବା ସହିତ ବିମାନବନ୍ଦର ପରିସର ମଧ୍ୟରେ ସାମାଜିକ ଦୂରତା ନିୟମକୁ ପାଳନ କରାଯିବା ନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି । ସେହି ଅନୁଯାୟୀ, ସମସ୍ତ ବିମାନବନ୍ଦର ଅପରେଟର ଏହି ପ୍ରସଙ୍ଗରେ ନଜର ରଖିପାରିବେ ବୋଲି ଡିଜିସିଏ କହିଛନ୍ତି ।

ଏଥିରେ କୁହାଯାଇଛି ଯେ ଆଇନ ଅନୁଯାୟୀ ସ୍ପଟ୍ ଜରିମାନା ଆଦାୟ ଭଳି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ସ୍ଥାନୀୟ ପୋଲିସ୍ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଅନୁସନ୍ଧାନ କରାଯିବ ଯାହା ଦ୍ୱାରା କୋଭିଡ୍ -19 ପ୍ରୋଟୋକଲ୍ ପାଳନ ହୋଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+