Get Updates
Get notified of breaking news, exclusive insights, and must-see stories!

ଝାଡ଼ଖଣ୍ଡ ରୋପୱେ ଦୁର୍ଘଟଣା : ଉଦ୍ଧାର ହେଲେ ଫସି ରହିଥିବା ସମସ୍ତ ପର୍ଯ୍ୟଟକ

ଅବଶିଷ୍ଟ 15 ପର୍ଯ୍ୟଟକଙ୍କ ମଧ୍ୟରୁ ଚଉଦ ଜଣ, ଯେଉଁମାନେ ପ୍ରାୟ 40 ଘଣ୍ଟା ଧରି ତ୍ରିକୁଟ୍ ପାହାଡ଼ ଉପରେ ଏକ ରୋପୱେରେ ଫସି ରହିଥିଲେ, ସେମାନଙ୍କୁ ଭାରତୀୟ ବାୟୁସେନା ହେଲିକ୍ୟାପ୍ଟର ଦ୍ୱାରା ଉଦ୍ଧାର କରାଯାଇଛି ଏବଂ ଏହା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ।

ଦେଓଘର : ଝାଡଖଣ୍ଡର ଦେଓଘର ଜିଲ୍ଲାର କେବୁଲ କାରରେ ଫସି ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ଏହି ଉଦ୍ଧାର ସମୟର ଜଣେ ମହିଳା ଖସି ପଡ଼ିବାରୁ ଘଟଣାରେ ମୃତ୍ୟୁସଂଖ୍ୟା ତିନିକୁ ବୃଦ୍ଧି ପାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ଅବଶିଷ୍ଟ 15 ପର୍ଯ୍ୟଟକଙ୍କ ମଧ୍ୟରୁ ଚଉଦ ଜଣ, ଯେଉଁମାନେ ପ୍ରାୟ 40 ଘଣ୍ଟା ଧରି ତ୍ରିକୁଟ୍ ପାହାଡ଼ ଉପରେ ଏକ ରୋପୱେରେ ଫସି ରହିଥିଲେ, ସେମାନଙ୍କୁ ଭାରତୀୟ ବାୟୁସେନା ହେଲିକ୍ୟାପ୍ଟର ଦ୍ୱାରା ଉଦ୍ଧାର କରାଯାଇଛି ଏବଂ ଏହା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ।

deoghar rope way

କେବୁଲ କାରରେ ଫସି ରହିଥିବା ଅବଶିଷ୍ଟ 15 ଜଣଙ୍କ ମଧ୍ୟରୁ 14 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ମହିଳା ଚପରରୁ ଖସିପଡିଛନ୍ତି ବୋଲି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର କେ ମଲିକ ଫୋନ ଯୋଗେ ଖବର ସରବରାହ ସଂସ୍ଥା ପିଟିଆଇକୁ ଘଟଣାସ୍ଥଳରୁ କହିଛନ୍ତି । ଦେଓଗର ସିଭିଲ ସର୍ଜନ ସି କେ ଶାହି କହିଛନ୍ତି ଯେ 60 ବର୍ଷ ବୟସ୍କା ଶୋଭା ଦେବୀ ନାମକ ଜଣେ ମହିଳାଙ୍କୁ ଡାକ୍ତରଖାନା ନିଆଯିବା ପରେ ମୃତ ଘୋଷଣା କରାଯାଇଛି । ମଲ୍ଲିକ କହିଛନ୍ତି ଯେ ଉଦ୍ଧାର ହୋଇଥିବା ଲୋକଙ୍କୁ ଡାକ୍ତରଖାନା ପଠାଯାଇଛି, ଯେଉଁଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବ ।

କେବୁଲ କାର ମଧ୍ୟରେ ଧକ୍କା ହେବା ଫଲରେ ରୋପୱେରେ ଅଟକି ରହିଥିବା 60 ରୁ ଅଧିକ ଲୋକଙ୍କୁ ଭାରତୀୟ ବାୟୁସେନାର ଦୁଇଟି ହେଲିକପ୍ଟର୍ ଯୋଗେ ଉଦ୍ଧାର କରାଯାଉଥିଲା । ସୋମବାର ଏବଂ ମଙ୍ଗଳବାର ଦିନ ହେଲିକପ୍ଟର ଯୋଗେ ଉଦ୍ଧାର ସମୟରେ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ 12 ଜଣ ଆହତ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । IAF, ଆର୍ମି, ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିଥିଲେ । ଡ୍ରୋନ୍ ବ୍ୟବହାର କରି ଫସି ରହିଥିବା ଲୋକଙ୍କୁ ଖାଦ୍ୟ ଏବଂ ଜଳ ଯୋଗାଇ ଦିଆଯାଉଥିଲା । ଏହି ଘଟଣାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ଉଚ୍ଚ ସ୍ତରୀୟ ଯାଞ୍ଚ ଘୋଷଣା କରିଛନ୍ତି ।

ସୋରେନ କହିଛନ୍ତି ଯେ ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ରାଜ୍ୟପାଳ ରମେଶ ବାଇସ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ଏବଂ ଆହତ ଲୋକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଝାଡଖଣ୍ଡ ପର୍ଯ୍ୟଟନ ବିଭାଗ ଅନୁଯାୟୀ ତ୍ରିକୁଟ୍ ରୋପୱେ ହେଉଛି ଭାରତର ସର୍ବୋଚ୍ଚ ଭୂଲମ୍ବ ରୋପୱେ । ଏହାର ଲମ୍ବ ପ୍ରାୟ 766 ମିଟର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+