ଦେଓଘର ରୋପୱେ ଦୁର୍ଘଟଣା : ଫସି ରହିଥିବା ଲୋକଙ୍କୁ କରାଯାଉଛି ଉଦ୍ଧାର, ଜଣେ ମହିଳାଙ୍କ ମୃତ୍ୟୁ
ଝାଡ଼ଖଣ୍ଡର ଦେଓଘରସ୍ଥିତ ତ୍ରିକୁଟ୍ ରୋପୱେ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିସହ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି ।
ଦେଓଘର୍ : ଝାଡ଼ଖଣ୍ଡର ଦେଓଘରସ୍ଥିତ ତ୍ରିକୁଟ୍ ରୋପୱେ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିସହ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି । ଭାରତୀୟ ବାୟୁସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଦୁଇଟି Mi-17 ହେଲିକପ୍ଟର ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯେଉଁଠାରେ ଦୁର୍ଘଟଣା ଯୋଗୁଁ ଅନେକ ଲୋକ ଏକ ରୋପୱେ ଟ୍ରଲିରେ ଅଟକି ରହିଛନ୍ତି । ITBP ଏବଂ NDRF କର୍ମଚାରୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଡ୍ରୋନ୍ ମାଧ୍ୟମରେ ଲୋକମାନଙ୍କ ନିକଟକୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ମଧ୍ୟ ଉଦ୍ୟମ କରାଯାଉଛି । ବାୟୁସେନା ହେଲିକପ୍ଟର ଯୋଗେ ରୋପୱେ ଦୁର୍ଘଟଣାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । ବର୍ତ୍ତମାନସୁଦ୍ଧା 16 ଜଣଙ୍କୁ ଉଦ୍ଧାର କରାସରିଥିବାବେଳେ ଏବେ ବି 32 ଜଣ ଫସି ରହିଛନ୍ତି ।
ସୂଚନା ମୁତାବକ ବୈଷୟିକ ତ୍ରୁଟି ଯୋଗୁଁ ରୋପ୍ ଓ୍ବେ କେବୁଲ କାରଗୁଡିକ ପରସ୍ପର ମଧ୍ୟରେ ପିଟି ହୋଇଥିଲେ । ସବୁଠୁ ଉପରେ ଥିବା ଟ୍ରଲି 40 ଫୁଟ ତଳେ କଚାଡ଼ି ହୋଇଥିଲା । ଫଳରେ ସେହି ଟ୍ରଲିରେ ଥିବା 5 ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଏହି ଦୁର୍ଘଟଣା ଯୋଗୁଁ ରୋପୱେରେ ଯାଉଥିବା ଆଉ 23 ଟ୍ରଲି ମଝିରେ ଅଟକି ରହିଛି ।












Click it and Unblock the Notifications