ଚିକିତ୍ସାରେ ଚରମ ଅବହେଳା, ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଦେଇଦେଲେ ‘ଫଳରସ'
ଉତ୍ତର ପ୍ରଦେଶରେ ଚିକିତ୍ସା କ୍ଷେତ୍ରରେ ଚରମ ଅବହେଳା ସାମ୍ନାକୁ ଆସିଛି । ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ରୋଗୀ ଡାକ୍ତରଖାନା ଉପରେ ଭରସା କରି ପାରୁନାହାଁନ୍ତି । ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଫଳରସ ଦେଇ ଦେଇଛନ୍ତି ।
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଚିକିତ୍ସା କ୍ଷେତ୍ରରେ ଚରମ ଅବହେଳା ସାମ୍ନାକୁ ଆସିଛି । ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ରୋଗୀ ଡାକ୍ତରଖାନା ଉପରେ ଭରସା କରି ପାରୁନାହାଁନ୍ତି । ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଫଳରସ ଦେଇ ଦେଇଛନ୍ତି । ଏହା ପରେ ରୋଗୀଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେବା ସହ ତାଙ୍କର ମୃତ୍ୟୁ ହୋଇଛି । ଏହା ପରେ ଘଟଣାଟି ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୋଶାଲ ମିଡିଆରେ ଏକ ଭିଡିଓ ରିଲିଜ କରି ରୋଗୀର ପରିବାର ସଦସ୍ୟ ଏହାକୁ ସାମ୍ନାକୁ ଆଣିଥିଲେ, ବର୍ତ୍ତମାନ ଡାକ୍ତରଖାନାକୁ ସିଲ୍ କରାଯାଇଛି ଏବଂ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରଖାନାକୁ ଗୁରୁବାର ଦିନ ସିଲ୍ କରାଯାଇଥିବା କଥା ପୁଲିସ କହିଛି ।
ପ୍ରକୃତରେ, ଅକ୍ଟୋବର 11 ରେ, ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ରୟାଗରାଜ ଧୁମଙ୍ଗଞ୍ଜରେ ଅବସ୍ଥିତ ଏକ ଘରୋଇ ଡାକ୍ତରଖାନା ଗ୍ଲୋବାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରୋଗୀଙ୍କ ଅବସ୍ଥା ସାମାନ୍ୟ ଗୁରୁତର ଥିଲା । ଯାଞ୍ଚ ପରେ ଜଣାପଡିଥିଲା ଯେ ରୋଗୀର ପ୍ଲେଟଲେଟ୍ ସ୍ତର 17,000 କୁ ଖସି ଆସିଛି ଏବଂ ରୋଗୀଙ୍କୁ ପ୍ଲାଲେଟ୍ ଟ୍ରାନ୍ସଫ୍ୟୁଜ୍ କରିବା ବାଧ୍ୟତାମୂଳକ । ଏହି କାରଣରୁ ରୋଗୀ ପ୍ରଦୀପ ପାଣ୍ଡେଙ୍କ ସମ୍ପର୍କୀୟଙ୍କୁ ପ୍ଲେଟଲେଟ୍ ଆଣିବାକୁ କୁହାଯାଇଥିଲା । ରୋଗୀର ସମ୍ପର୍କୀୟ ସ୍ୱରୂପ ରାନୀ ନେହେରୁ (SRN) ଡାକ୍ତରଖାନାରୁ ପାଞ୍ଚ ୟୁନିଟ୍ ପ୍ଲେଟଲେଟ୍ ଆଣିଥିଲେ, କିନ୍ତୁ ତିନି ୟୁନିଟ୍ ପ୍ଲେଟଲେଟ୍ ଦେବା ପରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା । ଏହା ପରେ ଡାକ୍ତରମାନେ ପ୍ଲେଟଲେଟ୍ ଦେବା ବନ୍ଦ କରିଦେଲେ । ତୁରନ୍ତ ତାଙ୍କୁ ଆଉ ଗୋଟାଏ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଗଲା ଓ ସେଠରେ ତାଙ୍କର ମୃତ୍ୟୁ ହୋଇଥିଲା ।
'ପ୍ଲେଟ୍ଲେଟ୍' ପ୍ୟାକେଟ୍ ଟି ନକଲି ଏବଂ ସେଥିରେ ରାସାୟନିକ ପଦାର୍ଥ ଓ ଶର୍କରା ଜାତୀୟ ଅଥବା 'ମୌସମ୍ବୀ' ରସର ମିଶ୍ରଣ ଥିବା କଥା ଦ୍ୱିତୀୟ ଡାକ୍ତରଖାନାର ଡାକ୍ତରମାନେ କହିଥିବା କଥା ତାଙ୍କ ପରିବାର ଲୋକେ କହିଛନ୍ତି । ସେଥିପାଇଁ, ଡାକ୍ତରଖାନାର କର୍ମଚାରୀଙ୍କ ଉପରେ ସରକାରଙ୍କ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।
ଘଟଣା ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ସୋଶାଲ ମିଡିଆରେ ଭାଇରାଲ ଭିଡିଓରୁ ସୂଚନା ପାଇଥିଲେ । ଏଥି ସହ ସେ କହିଛନ୍ତି ଯେ ପ୍ୟାକେଟରେ ପ୍ଲେଟଲେଟ୍ କିମ୍ବା ଫଳ ରସ ଅଛି କି ନାହିଁ, ଏହାର ତଦନ୍ତ ପାଇଁ ପଠାଯାଇଛି । ଯିଏ ଦୋଷୀ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡେଙ୍ଗୁ ରୋଗୀଙ୍କୁ ନକଲି ପ୍ଲାଜମା ଯୋଗାଣର ଯାଞ୍ଚ କରାଯାଉଛି ଏବଂ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ପୋଲିସ କହିଛି ।












Click it and Unblock the Notifications