60 ପ୍ରତିଶତ ଦ୍ରୁତ ଗତିରେ ବ୍ୟାପିପାରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ : ବିଶେଷଜ୍ଞଙ୍କ ମତ
ପୂର୍ବ ଭାରିଆଣ୍ଟରେ ଅମ୍ଳଜାନ ସ୍ତର ହ୍ରାସ ପାଉଥିଲା କିନ୍ତୁ ଡେଲଟା ପ୍ଲସ୍ ଭାରିଆଣ୍ଟରେ କେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ତାହା ଆମେ ଜାଣିନାହାଁନ୍ତି । ଏହା ଅତ୍ୟନ୍ତ ସଂକ୍ରାମକ ହୋଇପାରେ ।
ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଡେଲଟା ପ୍ଲସ୍ ଭାରିଆଣ୍ଟ ବର୍ତ୍ତମାନ ଚିନ୍ତା ବଢାଇଛି । ଏମ୍ସର ବାୟୋଟେକ୍ନୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ଼ ସୁଭଦ୍ରଦୀପ କର୍ମକାର, ଏହି ଭାରିଆଣ୍ଟକୁ ନେଇ ସୂଚନା ଦେଇଛନ୍ତି । ଡ଼ ସୁଭଦ୍ରଦୀପ କର୍ମକାର କହିଛନ୍ତି ଯେ, 'ପ୍ରତ୍ୟେକ ଭାରିଆଣ୍ଟ ଭିନ୍ନ ଭିନ୍ନ କ୍ଲିନିକାଲ ପ୍ରତିକ୍ରିୟା ସହିତ ଆସିଥାଏ । ପୂର୍ବ ଭାରିଆଣ୍ଟରେ ଅମ୍ଳଜାନ ସ୍ତର ହ୍ରାସ ପାଉଥିଲା କିନ୍ତୁ ଡେଲଟା ପ୍ଲସ୍ ଭାରିଆଣ୍ଟରେ କେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ତାହା ଆମେ ଜାଣିନାହାଁନ୍ତି । ଏହା ଅତ୍ୟନ୍ତ ସଂକ୍ରାମକ ହୋଇପାରେ ବୋଲି ସେ କହିଛନ୍ତି ।

ଡକ୍ଟର ସୁଭଦ୍ରାଦୀପ କର୍ମକରଙ୍କ ଅନୁଯାୟୀ, ଡେଲଟା ପ୍ଲସରେ ଅତିରିକ୍ତ K417N ମ୍ୟୁଟାଣ୍ଟ ଅଛି, ଯାହା ଡେଲଟା (B.1.617.2) କୁ ଡେଲଟା ପ୍ଲସରେ ପରିଣତ କରେ । ଏହା ବହୁତ ଶୀଘ୍ର ବ୍ୟାପିଥାଏ ବୋଲି କୁହାଯାଉଛି । ଏହା ଆଲଫା ଭାରିଆଣ୍ଟ ଅପେକ୍ଷା 35 ରୁ 60 ପ୍ରତିଶତ ଅଧିକ ସଂକ୍ରମିତ ହୋଇପାରେ । ସେ କହିଛନ୍ତି ଯେ ଭାରତରେ ଡେଲଟା ଭାରିଆଣ୍ଟ ସଂଖ୍ୟା ବହୁତ କମ୍ ରହିଛି ।
ଦୁନିଆରେ କରୋନା ଭାଇରସର ବିଭିନ୍ନ ଭାରିଆଣ୍ଟ ଦେଖିବାକୁ ମିଳିଛି । ଗତ ବର୍ଷ ସେପ୍ଟେମ୍ବରରେ ବ୍ରିଟେନରେ ଭାରିଆଣ୍ଟ ଆଲଫା (b.1.1.7) ମିଳିଥିଲା । ସେହିପରି ବିଟା ଗତ ବର୍ଷ ମେ ମାସରେ ଦକ୍ଷିଣ ଆଫ୍ରିକାରେ ଦେଖା ଦେଇଥିଲା ଏବଂ ଗାମା ଗତ ବର୍ଷ ନଭେମ୍ବରରେ ବ୍ରାଜିଲରେ ଠାବ ହୋଇଥିଲା । ବର୍ତ୍ତମାନ ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତାର କାରଣ ପାଲଟିଛି ।
ଭାରତରେ ମଧ୍ୟପ୍ରଦେଶର ଶିବପୁରୀରେ ଡେଲଟା ଭାରିଆଣ୍ଟ ଯୋଗୁଁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏପରିକି ସେ କରୋନାର ଉଭୟ ଟିକା ନେଇଥିଲେ । ସୋମବାର ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟର 21 ଟି ମାମଲା ଦେଖିବାକୁ ମିଳିଛି । ଏଥିମଧ୍ୟରୁ ରତ୍ନଗିରିରେ ସର୍ବାଧିକ ନଅଟି ମାମଲା ଚିହ୍ନଟ ହୋଇଥିବା ବେଳେ ଜଲଗାଓଁରେ 7 ଟି ମାମଲା ରହିଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications